ଚୀନରେ ଶ୍ବାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ ଏକ ପ୍ରମୁଖ ବିନ୍ତାର ବିଷୟ ପାଲଟିଛି । ଏହି ଭାଇରସ ପାଇଁ ଚୀନରେ ଅତି ଉଦବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ । ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ସ୍ବାସ୍ଥ୍ୟ କର୍ତୁପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ । ହ୍ୟୁମାନ ମେଟାନ୍ୟୁମୋଭାଇରସ ପାଇଁ ଚୀନରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ ଭୂତାଣୁ ବିଷୟରେ ସଚେତନତା ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି ।
ଏଚ୍ଏମ୍ପିଭି ସଂକ୍ରମଣକୁ ଏଡ଼ାଇବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନେ ଅତି କମ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଓ ପାଣିରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଅନ୍ତି। ଅପରିଷ୍କାର ହାତରେ ନାକ କିମ୍ବା ପାଟିରେ ହାତ ଦେବା ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ସହ ଘନିଷ୍ଠ ସଂସ୍ପର୍ଶରୁ ଦୂରେଇ ରୁହିବାକୁ ପରାମର୍ଶ ଦିଆଯାଇଛି। ଲକ୍ଷଣ ଥିବା ବ୍ୟକ୍ତି ବାହାରକୁ ବାହାରିବା ସମୟରେ କିମ୍ବା ଛିଙ୍କିବା ବା କାଶିବା ସମୟରେ ମାସ୍କ ପିନ୍ଧିବା ଉଚିତ।
ବର୍ତ୍ତମାନ, ଏଚ୍ଏମ୍ପିଭି ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ନାହିଁ। କୌଣସି ଟିକା ମଧ୍ୟ ବିକଶିତ ହୋଇନାହିଁ। ଲକ୍ଷଣଗୁଡ଼ିକର ସମାଧାନ ପାଇଁ ସାଧାରଣ ସହାୟକ ଯତ୍ନ ଦିଆଯାଏ।
ଏଚ୍ଏମ୍ପିଭି ଓ କୋଭିଡ୍-୧୯ ଭିତରେ ବହୁତ ସମାନ ଲକ୍ଷଣ ରହିଛି। ଉଭୟ ଭୂତାଣୁ କାଶ, ଜ୍ୱର, ବାନ୍ତି, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରିଥାନ୍ତି।
ଚୀନ୍ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏହି ଭାଇରସ୍ ପାଇଁ ଚୀନ୍ରେ ଅତି ଉଦ୍ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।