ଭାରତ ବିପକ୍ଷ ବର୍ଡ଼ର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଆଜିଠାରୁ ସିଡ଼ନିରେ ଖେଳାଯାଉଛି । ରୋହିତ ଶର୍ମା ଅନ୍ତିମ ଟେଷ୍ଟ ମ୍ୟାଚରେ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ପୁଣି ଥରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି ।ଭାରତ ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି 185 ରନ କରି ଆଲଆଉଟ ହୋଇଛି । ଯଶସ୍ବୀ ଜୟସ୍ବାଲ 26 ବଲରେ 10 ରନ କେଏଲ ରାହୁଲ 14 ବଲରେ 4 ରନ, ଶୁବମନ ଗିଲ 64 ବଲରେ 20 ରନ ବିରାଟ କୋହଲି 69 ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ୍ ଓ ରବୀନ୍ଦ୍ର ଜାଡ଼େଜା ପାରିକୁ ସମ୍ଭାଳିଥିଲେ।ଋଷଭ ପନ୍ତ୍ ୯୮ ବଲରେ ୪୦ ରନ କରି ଆଉଟ ହୋଇଥିବାବେଳେ ରବୀନ୍ଦ୍ର ଜାଡ଼େଜା ୯୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ନୀତୀଶ କୁମାର ରେଡ୍ଡୀ କୌଣସି ରନ ନ କରି ଆଉଟ ହୋଇଥିଲେ। ୱାଶିଙ୍ଗଟନ ସୁନ୍ଦର ୩୦ ବଲରେ ୧୪ ରନ, ଯଶପ୍ରୀତ୍ ବୁମ୍ରା ୧୭ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୧୬ ବଲରେ ୭ ରନ କରି ଅପରାଜିତ ରହିଥିବାବେଳେ ପ୍ରସିଦ୍ଧ କୃଷ୍ଣ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ ପାଟ କମିନ୍ସ ୨ଟି ଓ ନାଥନ ଲାୟନ ଗୋଟିଏ ୱିକେଟ ନେଇଥିଲେ।