ଆମେରିକାର ଲସ ବେଗାସର ଟ୍ରମ୍ପ ଇଣ୍ଟରନେସନାଲ ହୋଟେଲ ଆଗରେ ବିସ୍ଫୋରଣ । ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇ ଧମକ ଦେଇଛନ୍ତି । ଟ୍ରମ୍ପ ଏବଂ ଏଲନ ମସ୍କଙ୍କୁ ଚେତାବନୀ ଦେଇଛନ୍ତି ଆତଙ୍କବାଦୀ । ସାଇବର ଟ୍ରକ୍ ସୁରକ୍ଷିତ କୁହାଯାଉଥିବା ବେଳେ ଏହା ବିସ୍ଫାରଣରେ ଜଳି ଯାଇଛି ।
ଟ୍ରମ୍ପଙ୍କ ହୋଟେଲ ବାହାରେ ଟେସଲାର ସାଇବର ଟ୍ରକ ରେ ବିସ୍ଫୋରଣ ସାମଗ୍ରୀ ରଖାଯାଇ ବିସ୍ଫୋରଣ କରାଯାଇଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ଏଲନ ମସ୍କ । ଟେସଲାର ସାଇବର ଟ୍ରକ ଜଳିଯିବା ପରେ ସୋସିଆଲ ମିଡ଼ିଆରେ ଗାଡ଼ି କେତେ ସୁରକ୍ଷିତ ତାହାକୁ ନେଇ ଏଲନଙ୍କୁ ଟ୍ରୋଲ କରୁଛନ୍ତି ୟୁଜର ।
ଏଲନ କହିଛନ୍ତି ଯେ ବ୍ୟାଟେରି ପ୍ୟାକ୍ରେ ନିଆଁ ଲାଗିନାହିଁ। ଟାୟାର୍ ଏବେ ବି ଭଲ ଅଛି। ଆତଙ୍କୀମାନେ ପ୍ରତିଶୋଧ ନେବାକୁ ଭୁଲ୍ କାର୍କୁ ବାଛିଛନ୍ତି। ଟ୍ରମ୍ପଙ୍କ ହୋଟେଲ ଆଗରେ ମସ୍କଙ୍କ ସାଇବର ଟ୍ରକକୁ ଟାର୍ଗେଟ କରିଥିବାରୁ ଏହା ଏବେ ଚର୍ଚାର ବିଷୟ ହୋଇଛି ।
ବିସ୍ଫୋରଣରେ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହୋଟେଲର ମୁଖ୍ୟ ପ୍ରବେଶ ପଥରେ ଟେସଲାର ସାଇବର୍ ଟ୍ରକ୍ ଟି ଠିଆ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ଟ୍ରକ ଭିତରୁ ଅନେକ ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳିଛି। ଏହା ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଟେସଲା କମ୍ପାନି ମାଲିକ ଏଲନ ମସ୍କ । ବୋମା ଲଗାଇ ଟ୍ରକ୍ ବିସ୍ଫୋରଣ କରାଯାଇଥିବା ସେ କହିଛନ୍ତି। ଏଫବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।