ନୂଆବର୍ଷ ୨୦୨୫କୁ ସ୍ବାଗତ । ପୁରୀରେ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଆଜି ଶୀଘ୍ର ପହୁଡ଼ ଓ ଦ୍ୱାର ଫିଟା ନୀତି ହେବା ପରେ ମଧ୍ୟ ରାତ୍ରିରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଚାଲିଛି ।
ସମସ୍ତ ନୀତିକାନ୍ତି ଠିକ୍ ଭାବେ ଚାଲିଛି। ଶ୍ରଦ୍ଧାଳୁଙ୍କୁ ମାର୍କେଟ୍ ଛକ ଠାରୁ ଧାଡ଼ିରେ ଆସୁଛନ୍ତି । ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ବର୍ଷର ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଙ୍କ ମନରେ ଭରପୁର ଆଶା । ଆଉ ଏଥିପାଇଁ ପୁରୀରେ ଅସମ୍ଭାଳ ଭିଡ଼। ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ।
ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି ଶ୍ରଦ୍ଧାଳୁ। ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ପୁଲିସ। ବର୍ଷ ଶେଷରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଜନସମାଗମ ହୋଇଛି। ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି।
ପରିସ୍ଥିତି ଏମିତି ହୋଇଛି କି ମାର୍କେଟ ଛକ ଯାଏଁ ଲମ୍ବା ବ୍ୟାରିକେଡ୍ ହୋଇଛି। ଆଜିଠୁ ଆହୁରି ଭିଡ଼ ହେବା ଆଶଙ୍କା କରାଯାଉଛି । ଆଜି ଓ ଆସନ୍ତାକାଲି କେବଳ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ।
ସାରା ଦେଶରେ ଉତ୍ସବ ଚାଲିଛି । ଘରେ ଘରେ ଭୋଜି ହେଉଛି । ପ୍ରଥମ ମହୋତ୍ସବ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ରାଜଧାନୀ ଅକ୍ଲାଣ୍ଡରେ ଲୋକେ ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମଧ୍ୟରେ ବିପୁଳ ଉତ୍ସାହର ସହ ଉତ୍ସବ ପାଳନ କରିଛନ୍ତି।
ଭାରତର ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ୍ରେ ନୂଆବର୍ଷକୁ ସ୍ବାଗତ କରାଯାଇଥାଏ। ଏଠାରେ ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ଲୋକେ ରାସ୍ତାକୁ ବାହାରି ନୂଆ ବର୍ଷକୁ ଉତ୍ସାହର ସହ ସ୍ବାଗତ କରିଥିଲେ। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା କିରିବାଟି, ଟଙ୍ଗା ଓ ସାମୋଆ ଭଳି ଦୁର୍ଗମ ଦ୍ୱୀପରେ ମଧ୍ୟ ନ୍ୟୁଜିଲାଣ୍ଡ୍ବାସୀଙ୍କ ଭବ୍ୟ ସ୍ବାଗତ ଓ ଉତ୍ସାହ ଦେଖିବାକୁ ମିଳିଛି।
ନୂଆ ବର୍ଷକୁ ସ୍ୱାଗତ କରୁଥିବା ଦେଶମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍ ସବା ଆଗରେ ରହିଛି। ନ୍ୟୁଜିଲାଣ୍ଡ୍ ପରେ ଅଷ୍ଟ୍ରେଲିଆ, ଜାପାନ, ଉତ୍ତର ଓ ଦକ୍ଷିଣ କୋରିଆ ନୂଆବର୍ଷକୁ ପ୍ରଥମେ ସ୍ବାଗତ କରିଛନ୍ତି। ଇଣ୍ଡୋନେସିଆ, ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ ଏବଂ ନେପାଳ ମଧ୍ୟ ଭାରତ ପୂର୍ବରୁ ନବବର୍ଷ ପାଳନ କରନ୍ତି।