ବିଶ୍ବ ସୁନା ପରିଷଦ ଅନୁଯାୟୀ ଭାରତୀୟ ମହିଳାମାନଙ୍କ ପାଖରେ ପ୍ରାୟ 24,000 ଟନ ସୁନା ରହିଛି । ଅଳଙ୍କାର ଆକାରରେ ଏହା ବିଶ୍ବର ମୋଟ ସୁନା ଭଣ୍ଡାରର 11 ପ୍ରତିଶତ । ଅନ୍ୟ ଏକ ଦୃଷ୍ଟିରୁ ଭାରତୀୟ ମହିଳାଙ୍କ ପାଖରେ ଯେତିକି ସୁନା ରହିଛି ତାହା ବିଶ୍ବର ଶୀର୍ଷ 5 ସୁନା ଭଣ୍ଡାର ଥିବା ରାଷ୍ଟ୍ରଗୁଡ଼ିକର ମହଜୁଦ କ୍ଷମତାଠାରୁ ଅଧିକ । ଆମେରିକା ନିକଟରେ 8000 ଟନ ସୁନା ଜର୍ମାନୀର 3,300 ଟନ ଇଟାଲୀର 2,450 ଟନ ଫ୍ରାନ୍ସ ୨୪୦୦ ଟନ୍ ଏବଂ ରୁଷ ପାଖରେ ୧୯୦୦ ଟନ୍ ସୁନା ମହଜୁଦ ଅଛି। ଏହାର ଅର୍ଥ ହେଉଛି ଯଦି ଏହି ଶୀର୍ଷ ସୁନା ଭଣ୍ଡାର ଥିବା ଦେଶଗୁଡିକର ମୋଟ ସୁନା କୁ ଏକାଠି କରାଯାଏ ତେେବ ଏହା ଭାରତୀୟ ମହିଳାଙ୍କ ପାଖରେ ଥିବା ସୁନାଠାରୁ କମ୍ ହେବ।
ଅକ୍ସଫୋର୍ଡ ଗୋଲ୍ଡ ଗ୍ରୁପ୍ର ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ପରିବାରଗୁଡିକ ବିଶ୍ୱର ୧୧ ପ୍ରତିଶତ ସୁନାର ମାଲିକ। ଏହା ଆମେରିକା, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ସ୍ୱିଜରଲ୍ୟାଣ୍ଡ ଏବଂ ଜର୍ମାନୀର ମିଳିତ ସୁନା ଭଣ୍ଡାରଠାରୁ ଅଧିକ। ସୁନାର ମାଲିକାନା ଦୃଷ୍ଟିରୁ ଦକ୍ଷିଣ ଭାରତର ମହିଳାମାନେ ବହୁ ଆଗରେ ଅଛନ୍ତି। ଭାରତର ମୋଟ ସୁନାର ୪୦ ପ୍ରତିଶତ କେବଳ ଦେଶର ଦକ୍ଷିଣ ଅଞ୍ଚଳରେ ରହିଛି। ଦେଶର ମୋଟ ସୁନାର ୨୮ ଅଂଶ କେବଳ ତାମିଲନାଡୁରେ ରହିଛି। ପ୍ରତିଶତ ଅଟେ।
ବିଶ୍ୱ ସୁନା ପରିଷଦର ୨୦୨୦-୨୧ ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଭାରତୀୟ ପରିବାରଗୁଡିକରେ ୨୪,୦୦୦ ଟନ୍ ସୁନା ରହିଛି। ୨୦୨୩ ସୁଦ୍ଧା ଏହାର ପରିମାଣ ୨୪,୦୦୦ ଟନ୍ରୁ ଅଧିକକୁ ବୃଦ୍ଧି ପାଇଛି। ଏହା ଦେଶର ଧନର ଏକ ପ୍ରମୁଖ ଅଂଶ। ଏହି ସୁନା ଭଣ୍ଡାରଗୁଡ଼ିକ ଭାରତୀ ଅର୍ଥନୀତିକୁ ସମର୍ଥନ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ, ଯାହା ଦେଶର ମୋଟ ଘରୋଇ ଉତ୍ପାଦର ୪୦ ପ୍ରତିଶତ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ କ୍ରମାଗତ ଭାବେ ସୁନା କିଣୁଛି। ବର୍ତ୍ତମାନ ଆରବିଆଇର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ୧୦.୨ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ବ୍ୟାଙ୍କର ସର୍ବଶେଷ ତଥ୍ୟ ଅନୁଯାୟୀ, ନଭେମ୍ବର ଶେଷରେ ଦେଶର ସୁନା ଭଣ୍ଡାର ୮୭୬.୧୮ ଟନ୍କୁ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏହା ୯ ପ୍ରତିଶତ ଅଧିକ।