ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ ନେତା ଡ଼. ମନମୋହନ ସିଂ ଗୁରୁବାର 92 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପ୍ରଧାନମନ୍ତ୍ରୀ ଭାବରେ ମନମୋହନ ସିଂ 10 ବର୍ଷ ପାଇଁ ଦେଶ ପାଇଁ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । କେବଳ ଏତିକି ନୁହେିଁ ଜଣେ ଅର୍ଥନୀତିଜ୍ଞ ଯିଏ ଭାରତକୁ ଗୁରୁତର ଅର୍ଥନୈତିକ ସଙ୍କଟରୁ ମୁକ୍ତ କରିବାରେ ତାଙ୍କା ବଡ଼ ଅବଦାନ ରହିଥିଲା । ତେବେ ମନମୋହନ ସିଂଙ୍କ ଦେହାନ୍ତ ପରେ ମଧ୍ୟ ତାଙ୍କ ନାମରେ ରାଜନୀତି ଶେଷ ହେଉନାହିଁ ।
ତେବେ ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଂଗ୍ରେସ ନାମରେ ଵଂଶବାଦର ଅଭିଯୋଗ ଆଣି କହିଛନ୍ତି ଯେ ଦଳ ଲଗାତାର ଡକ୍ଟର ମନମୋହନ ସିଂଙ୍କୁ ଅପମାନିତ କରୁଥିଲା କାରଣ ସେ ଗାନ୍ଧୀ ପରିବାରରୁ ଆସିନଥିଲେ | ବାସ୍ତବରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ଭାରତର ମହାନ ଅର୍ଥନୀତିଜ୍ଞ ତଥା ରାଜନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ସମଗ୍ର ଦେଶ ଦୁଃଖରେ ଅଛି । କିନ୍ତୁ ତାଙ୍କ ମୃତ୍ୟୁ ସମୟରେ ମଧ୍ୟ କଂଗ୍ରେସ ହୀନ ରାଜନୀତି କରୁଛି। ଦେବେନ୍ଦ୍ର ଫଡନାଭିସ ଅଭିଯୋଗ କରିଛନ୍ତି ଯେ ମନମୋହନ ସିଂ ଗାନ୍ଧୀ ପରିବାରରୁ ଆସି ନ ଥିବାରୁ କଂଗ୍ରେସ ତାଙ୍କୁ ଅପମାନିତ କରିଆସୁଛି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଆମେ ଏପରି ଅନେକ ଶକ୍ତିଶାଳୀ ନେତାଙ୍କୁ ଅପମାନିତ ହେବାର ଦେଖିଛୁ, କାରଣ ସେମାନେ ଗାନ୍ଧୀ ପରିବାରର ନଥିଲେ | ଆମେ ଏପରି ଘଟଣା ଦେଖିଛୁ ଯେତେବେଳେ ଆମର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅପମାନିତ ହୋଇଥିଲେ, କିନ୍ତୁ ତାଙ୍କ ସମର୍ଥନରେ କଂଗ୍ରେସ କେବେ ଆଗକୁ ଆସିନଥିଲା ।
ରାହୁଲ ଗାନ୍ଧୀଙ୍କୁ ଅଭିହିତ କରି ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, “ଏପରିକି ତାଙ୍କ (ମନମୋହନ ସିଂ) ଅଯୋଗ୍ୟତା ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ଚିରି ଦେଇଥିଲେ | ଅନେକ ଥର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କେବଳ ମନମୋହନ ସିଂ ନୁହଁନ୍ତି, ସ୍ୱର୍ଗତ ପି.ଭି ନରସିଂହ ରାଓ, ସ୍ୱର୍ଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅପମାନିତ କରିଥିଲେ |