ବିଦେଶରେ ଓଡ଼ିଆ ପୁଅଙ୍କ କମାଲ । ରୋମାନିଆରେ ହାତେଇଲା ବ୍ରୋଞ୍ଚ ପଦକ । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋମାନିଆର ବୁରାରେଷ୍ଟ ଠାରେ ଚାଲିଥିଲା 21 ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍ । ଯାହା ଏଇ ନିକଟରେ ଉଦଯାପିତ ହୋଇଛି । ଆଉ ଏଥିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ ଅନିଶ ଜେନା ।
ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସେ ୟୁଏଇ ଦେଶକୁ ପ୍ରତିନିଧିତ୍ବ କରୁଥିଲେ । 50 ଟି ଦେଶରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲାବେଳେ ଅନିଶ ହାତେଇଛନ୍ତି ବ୍ରୋଞ୍ଜ ପଦକ । ତେବେ ଏହି ପ୍ରତିଯୋଗିତାରେ ଗୋଲ୍ଟ ମେଡ଼ାଲ ହାସଲ କରିଛି ଭାରତ ।
ପ୍ରତିବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯାହା ଏଥର ପେଲେସ୍ କାଷ୍ଟଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ଥିଓରି ଓ ପ୍ରାକ୍ଟିକାଲ୍ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ଯାଜପୁର ଜିଲ୍ଲା ବରୀ ଡିହସାହିର ବୈଦ୍ୟନାଥ ଜେନାଙ୍କ ପୁଅ ଅନିଶ ୟୁଏଇକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ ।
ବାପା ବୈଦ୍ୟନାଥ ଦୀର୍ଘ ଦିନ ଧରି ପ୍ରବାସୀ ଓଡ଼ିଆ ଭାବେ ୟୁଏଇରେ ଏକ ପ୍ରତିଷ୍ଠିତ ସଂସ୍ଥାର ନିର୍ଦ୍ଦେଶକ ଭାବେ କାମ କରୁଥିଲାବେଳେ ଅନିଶଙ୍କ ମା’ ଅନିମାରାଣି ଫାର୍ମାସୀ ଚଳାନ୍ତି । ଅନିଶ ସେଠାରେ ପାଠ ପଢ଼ୁଥିଲାବେଳେ ତାଙ୍କର ବିଜ୍ଞାନ ପ୍ରତି ରହିଛି ବିଶେଷ ରୁଚି ।
ଅନିଶଙ୍କର ଏହି କୃତୀତ୍ବ ଲାଗି ଜେଜେ ରାଜକିଶୋର ଜେନା, ଜେଜେ ମା’ ରାଧାରାଣି ଜେନା, ଅଜା ନାରାୟଣ ପ୍ରସାଦ ନାୟକ, ଆଈ କୁମୁଦଲତା ନାୟକ, ବନ୍ଧୁ ଓ ପରିବାରବର୍ଗଙ୍କ ସମେତ ଗାଁ ଓ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆ ସମୁଦାୟଙ୍କ ପକ୍ଷରୁ ଅନିଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।