ମେଲବୋର୍ଣ୍ଣ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ। ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ପ୍ରଥମ ଅଧିବେଶନରେ ୧୫୦ ରନ୍ ସ୍କୋର କରିଥିବାବେଳେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟରେ ୪୫୪ ରହିଥିଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି।
ମେଲବୋର୍ଣ୍ଣରେ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ବିପକ୍ଷରେ ଭାରତୀୟ ଦଳ ୯ ୱିକଟେ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଏହା ସହିତ ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୧୧୬ ରନ୍ ପଛୁଆ ରହିଛି।