ଆମେରିକାରୁ ଝିଅ ଆସିଲେ ଶନିବାର ହେବ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର । ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼, ମନମୋହନ ସିଂହଙ୍କ ବିୟୋଗ ଗତକାଲି ହୋଇଥିଲା । କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ଆସନ୍ତାକାଲି ହେବ ।
ଆଜି ମଧ୍ୟରାତ୍ରିରେ ଦିଲ୍ଲୀରେ ଆସି ପହଁଚିବେ ତାଙ୍କ ଝିଅ । ଏବେ ଡ. ମନମୋହନଙ୍କ ସଂପତ୍ତିକୁ ନେଇ ଆଲୋଚନା ହେଉଛି । ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଥିବା ଚର୍ଚା ହେଉଛି ।
ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ।
୨୦୧୩ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ସମ୍ପତ୍ତିର ବିବରଣୀ ପ୍ରକାଶ କରିଥିଲେ ଡ. ସିଂହ। ତାଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ ମନମୋହନ ସିଂ ସେହି ସମୟରେ କିଛି ଆବାସିକ ସମ୍ପତ୍ତି, ବ୍ୟାଙ୍କ ଜମା ଏବଂ ମାରୁତି ୮୦୦ କାରର ମାଲିକ ଥିଲେ। ଡ. ସିଂଙ୍କ ମୋଟ ସମ୍ପତ୍ତି ୨୦୧୩ରେ ୧୦.୭୩ କୋଟି ଟଙ୍କା ଥିଲା।
ତାଙ୍କର ଚଳନ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ତାଙ୍କର ଦୁଇଟି ଘର ଥିଲା, ଯାହାର ମୂଲ୍ୟ ୧୧ବର୍ଷ ପୂର୍ବେ ୭.୨୭ କୋଟି ଟଙ୍କା ଥିଲା | ଏବେ ଏହାର ମୂଲ୍ୟ ବଢିଛି। ୨୦୧୩ମସିହାରେ, ତାଙ୍କର ଏସବିଆଇ ଆକାଉଣ୍ଟରେ ମୋଟ ୩.୪୬କୋଟି ଟଙ୍କା ଥିଲା ବୋଲି ଜଣାପଡିଛି |