କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ବଡ଼ ମନ୍ତବ୍ୟ ଦେଇ ଚର୍ଚାରେ । ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ସ୍ବୀକାର କରି ଭାରତରତ୍ନ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।
ନବୀନ ପଟ୍ଟନାୟକଙ୍କ ସହ ବିଜେପିର ଏକ ଦୀର୍ଘ ସମୟ ଧରି ଭଲ ସଂପର୍କ ଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କେନ୍ଦ୍ର ନେତାଙ୍କ ସହ ଭଲ ସଂପର୍କ ରହିଛି । ଆଉ ଏଥିପାଇଁ ବୋଧହୁଏ ଗିରିରାଜ ଏପରି କହିଛନ୍ତି । ଅନେକ ସମୟରେ ବିଜେପି ନେତାମାନେ ଖୋଲାଖୋଲି ନବୀନଙ୍କୁ ପ୍ରଶଂସା କରିଛନ୍ତି ।
ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିପର୍ଯ୍ୟୟ ପ୍ରବନ୍ଧନରେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦେଶ ବିଦେଶରେ ତାଙ୍କର ପ୍ରଶଂସା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇଥିବା କହିଥିଲେ ମୋଦି ।
ଅନେକ ବାତ୍ୟା ବେଳେ ତାଙ୍କ ନେତୃତ୍ବରେ ଅନେକ ଧନ ଜୀବନ ସୁରକ୍ଷା ହୋଇପାରିଛି । ବିପଦ ସମୟରେ ସରକାର ନେଇଥିବା ପଦକ୍ଷେପକୁ ନେଇ ବିଜେପି ପ୍ରଶଂସା ମଧ୍ୟ କରିଛି ।
ତୀର୍ଥକ୍ଷେତ୍ର ଉନ୍ନୟନ କରିବାରେ ମୁଖ୍ୟମନ୍ତ୍ରୀଙ୍କୁ କ୍ରେଡିଟ ଦିଆଯାଉଛି । ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ରାଜ୍ୟ ନେତାମାନେ ପ୍ରଶ୍ନ କରୁଥିଲେ ମଧ୍ୟ କେନ୍ଦ୍ର ନେତାମାନେ ଏହାକୁ ପ୍ରଶଂସା କରିଛନ୍ତି ।
ନବୀନ ତାଙ୍କର ରାଜନୀତି ମଧ୍ୟରେ ସ୍ପଷ୍ଟତା, ଦୁର୍ନୀତି ବିରୋଧୀ ଅଭିଗ୍ରତା, ଓ ଜନସାଧାରଣଙ୍କ ସହିତ ସରଳ ସମ୍ପର୍କ ସୃଷ୍ଟି ପାଇଁ ପ୍ରଶଂସନୀୟ କାମ କରିଥିବାରୁ ଗିରିରାଜ ନବୀନଙ୍କୁ ଏହି ବଡ଼ ପୁରସ୍କାର ମିଳୁବୋଲି ଦାବି କରିଛନ୍ତି । ନବୀନ ଅନେକ ଜନପ୍ରିୟ ଯୋଜନା ଆରମ୍ଭ କରି ଅନେକ ଲୋକଙ୍କୁ ଦରିଦ୍ର ଓ ଆର୍ଥିକ ସମ୍ପର୍ଣ୍ଣ କରିଛନ୍ତି । ମିଶନ ଶକ୍ତି ପାଇଁ ରାଜ୍ୟ ପୁରସ୍କାର ପାଇଛି । କୃଷକଙ୍କ ପାଇଁ ନବୀନ ସରକାର କାମ କରିଛନ୍ତି । ତେଣୁ ଏଥିପାଇଁ ଗିରିରାଜ ସିଂହ ଭାରତ ରତ୍ନ ମିଳିବା କଥା କହିଥାଇପାରନ୍ତି ।
ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ବ କାର୍ଯ୍ୟପ୍ରଣାଳୀ ନୀତି ନିର୍ଦ୍ଦୋରଣ ଯେତିକି ଆକର୍ଷଣ । ତାଙ୍କର ଜନମଙ୍ଗଳକାରୀ ଯୋଜନା ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ବିପର୍ଯ୍ୟୟ ପରିଚାଳନା ମହିଳା ସଶକ୍ତିକରଣର ସୂତ୍ର ଅନ୍ୟ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି ।
ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକ ଦୀର୍ଘ 24 ବର୍ଷ ଧରି ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ ସଶକ୍ତ ଓ ସ୍ବାଭିମାନ ନୂତନ ଓଡ଼ିଶା ଗଠନ । ଯାହାପାଇଁ ସେ ଅସମାନତା ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତିକାଶ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଥିଲେ । ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି।
ପ୍ରଶଂସକମାନଙ୍କ ପାଇଁ ନବୀନ ଏକ ବିସ୍ମୟ ବ୍ୟକ୍ତିତ୍ୱ, ବିରୋଧୀ ଓ ସମାଲୋଚକମାନଙ୍କ ପାଇଁ ସେ ଚିର ଅବୋଧ୍ୟ। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ।।
୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ ।
ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି । ଏଥିପାଇଁ ବୋଧହୁଏ ଗିରିରାଜ ସିଂହ ତାଙ୍କ ପାଇଁ ଏପରି କହିଛନ୍ତି ।