Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ- ଲୋକଙ୍କ ମନରେ ନବୀନ

Ramesh Parida by Ramesh Parida
Dec 26, 2024, 10:12 am GMT+0530
FacebookTwitterWhatsAppTelegram

28 ବର୍ଷର ପ୍ରସିଦ୍ଧି ଯାତ୍ରା ପଥରେ ପାଦ ଥାପି ଆଜି  ନିଜର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ବିଜୁ ଜନତା ଦଳ  । 27 ବର୍ଷର ଏହି କାଳଖଣ୍ଡରେ ଦଳ 24 ବର୍ଷ ଓଡ଼ିଶା ଶାସନର ମଙ୍ଗ ଧରି ଓଡ଼ିଶାକୁ ବିକାଶର ଏକ ନୂଆ ଦିଗନ୍ତ ପ୍ରଦାନ କରିଛି । ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଏବଂ ଦିଗଦର୍ଶନରେ ଓଡ଼ିଶା ପ୍ରତିଦିନ ବିକାଶର ନୂଆ ନୂଆ ପଟ୍ଟକଥା ଲେଖିବାରେ ସଫଳ ହୋଇଛି । ତେବେ ଗତ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ିକୁ ମୁଖ୍ୟ ବିରୋଧୀ ଦଳର ଦାୟିତ୍ବ ଦେଇଥିଲା ହେିଁ ନବୀନଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ଏବଂ ଭଲପାଇବା ଅତୁଟ ରହିଛି । ନବୀନଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ବିରୋଧୀ ଆସନରେ ହେଁ ଗତ ନିର୍ବାଚନରେ ବିଜେପି ଅପେକ୍ଷା ବିଜେଡ଼ି ଅଧିକ ସଂଖ୍ୟକ ଭୋଟ ପାଇଥିଲା । ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ବିଜେପିକୁ ୪୦.୦୭ % ଭୋଟ ମିଳିଥିବାବେଳେ ବିଜେଡିକୁ ୪୦.୨୨% ଭୋଟ ମିଳିିଛି। ବିରୋଧୀ ଦଳ ନେତା ଭାବରେ ନବୀନ ଯୋଗଦେଉଥିବା ପ୍ରତିଟି କାର୍ଯ୍ୟକ୍ରମରେ ଅସମ୍ଭାଳ ଭିଡ଼, ଜନଗହଳି; ସର୍ବୋପରି ନବୀନଙ୍କ ପାଇଁ ଦୁଇଟୋପା ଆନନ୍ଦାଶ୍ରୁ ନବୀନଙ୍କ ଶ୍ରେଷ୍ଠତାକୁ ପ୍ରମାଣିତ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଏପଟେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅଥବା ବିରୋଧୀ ଦଳର ନେତା; ଜନସେବାକୁ ସର୍ବାଗ୍ରେ ରଖିଛନ୍ତି ନବୀନ। ନିଜେ ରାଜ୍ୟର ପ୍ରତିଟି ପ୍ରସଙ୍ଗରେ ମୁଖର ହେବା ସହ ଶାସକ ଦଳକୁ ଜବାବ୍‌ ମାଗୁଥିବାବେଳେ ଦଳୀୟ ନେତାଙ୍କୁ ଲୋକଙ୍କ ସୁଖ, ଦୁଃଖ ସହ ଯୋଡ଼ି ହୋଇ ରହିବାକୁ ସିଧା ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଷ୍ଠା ଦିବସ ପାଳନର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକର୍ତ୍ତାଙ୍କୁ ନବୀନ ଲେଖିଥିବା ଚିଠି ହିଁ ତାଙ୍କ ଦାୟିତ୍ୱବୋଧତାକୁ ସ୍ପଷ୍ଟ ଭାବେ ପ୍ରତିପାଦିତ କରୁଛି।

ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ୨୭ ବର୍ଷର ଏହି ଦୀର୍ଘ ଯାତ୍ରାରେ ବିଜୁ ଜନତା ଦଳ କେବେ ବି ରାଜ୍ୟସ୍ୱାର୍ଥ ସହ ସାଲିସ୍‌ କରିନାହିଁ। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟସ୍ୱାର୍ଥକୁ ସର୍ବାଗ୍ରେ ରଖିଛନ୍ତି। ବ୍ୟକ୍ତିଗତ ଆକାଂକ୍ଷା, ଉଚ୍ଚାଭିଳାଷ ନବୀନଙ୍କୁ ଛୁଇଁପାରି ନାହିଁ ବୋଲି ସମୀକ୍ଷକମାନେ ମତପ୍ରକାଶ କରନ୍ତି। ନବୀନ ସବୁବେଳେ କୁହନ୍ତି, ଗଣତନ୍ତ୍ରରେ ଗଣ ହିଁ ସର୍ବୋପରି; ଜନସାଧାରଣ ହିଁ ରାଜନେତାଙ୍କ ସର୍ବମୟ କର୍ତ୍ତା। ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ଆବଶ୍ୟକ ପ୍ରକ୍ରିୟା। ଆମେ ନିର୍ବାଚିତ ହୋଇଥାଉ ଲୋକଙ୍କ ସେବା କରିବା ପାଇଁ। ସରକାରରେ ଆମେ ଆଉ କି ନଥାଉ, ଜନସେବା ହିଁ ଆମର ଏକମାତ୍ର ଲକ୍ଷ୍ୟ ହେବା ଉଚିତ୍‌ ବୋଲି ତାଙ୍କର ବିଚାର, ତାଙ୍କୁ ଅନ୍ୟଙ୍କ ତୁଳନାରେ ଶ୍ରେଷ୍ଠ ଭାବେ ଗଢ଼ିତୋଳିଛି।

ପ୍ରତିଟି କ୍ଷେତ୍ରରେ ଓଡ଼ିଶା ଗତ ଅଢେ଼ଇ ଦଶନ୍ଧିରେ ବେଶ୍‌ ଅଗ୍ରଗତି ହାସଲ କରିପାରିଛି। ଗତ ୨୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୪ଟି କ୍ଷେତ୍ରରେ ନବୀନଙ୍କ ଅବଦାନ ତାଙ୍କୁ ଶ୍ରେଷ୍ଠତା ପ୍ରଦାନ କରୁଛି ବୋଲି ରାଜନୀତିକ ସମୀକ୍ଷକମାନେ ମତପ୍ରକାଶ କରନ୍ତି। ରାଜନୀତିରେ ସଂସ୍କାର, ରାଜ୍ୟର ଅର୍ଥନୈତିକ ପ୍ରଗତି, ବିପର୍ଯ୍ୟୟ ପରିଚାଳନା ଏବଂ ମହିଳା ଶସକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ବିରଳ ଏବଂ ସର୍ବୋତ୍ତମ ବୋଲି ସେମାନେ ମତପ୍ରକାଶ କରନ୍ତି। ଇତିହାସ ସାକ୍ଷୀ ରହିଛି। ଦଳ ହେଉ ଅଥବା ସରକାର; ଦୁର୍ନୀତି କିମ୍ବା ଅପକର୍ମରେ ସଂପୃକ୍ତି ରହିଲେ ନବୀନ କାହାକୁ ଛାଡ଼ିନାହାନ୍ତି। ଏପରିକି ନିଜ ସରକାର, ଦଳକୁ ବାଜିରେ ଲଗାଇ ବିଜେପି ସହ ନବୀନ ମେଣ୍ଟ ସରକାରକୁ ଭାଙ୍ଗି ଦେଇଛନ୍ତି। ସେଥିପାଇଁ ଏକ ଆଞ୍ଚଳିକ ଦଳ ବାବେ ବିଜେଡି ଏତେ ସଫଳ ବୋଲି ସାଧାରଣରେ ମତପ୍ରକାଶ ପାଏ। ସେହିପରି ଆର୍ଥିକ ଭାବେ ନିଅଣ୍ଟିଆ ରାଜ୍ୟକୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ କରିବା, ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶ ପାଇଁ ଆଲୋକବର୍ତ୍ତିକା ସାଜିବା ଏବଂ ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସମ୍ମାନ ଏବଂ ସ୍ୱାଭିମାନର ସହ ବଞ୍ଚିବା ପାଇଁ ନବୀନ ଯେଉଁ ଭଳି ପଥ ତିଆରି କରିଛନ୍ତି, ତାହା ଏବର ସରକାରଙ୍କ ପାଇଁ ବେଶ୍‌ ଅନୁକରଣୀୟ। ୨୪ ବର୍ଷର ଶାସନ କାଳରେ ଦୁର୍ବଳ ଓଡ଼ିଶାକୁ ସବଳ କରିବା ସହ ଓଡ଼ିଶାକୁ ବିକାଶ ପଥରେ ଅଗ୍ରସର ହେବା ପାଇଁ ନବୀନ ଯେଉଁ ରାସ୍ତା ତିଆରି କରିଛନ୍ତି, ସେହି ରାସ୍ତାରେ ଏବର ସରକାର ଅଗ୍ରସର ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

୨୪ ବର୍ଷର ଶାସନ ପରେ ଓଡ଼ିଶାବାସୀ ନବୀନଙ୍କ ବିଜୁ ଜନତା ଦଳକୁ ମୁଖ୍ୟ ବିରୋଧୀ ଦଳ ଭାବେ ଦାୟିତ୍ୱ ଦେଇଛନ୍ତି। ବିରୋଧୀ ଦଳ ନେତା ଭାବେ ମଧ୍ୟ ନବୀନ ପ୍ରତିଦିନ ବିଭିନ୍ନ ନିର୍ବାଚନମଣ୍ଡଳୀର ଦଳୀୟ ନେତାଙ୍କୁ ଭେଟୁଛନ୍ତି। ସଭିଙ୍କୁ ସେଇ ଗୋଟିଏ ମନ୍ତ୍ର, ଉପଦେଶ ଦେଉଛନ୍ତି। ଲୋକଙ୍କ ପାଖକୁ ଯାଅ, ସେମାନଙ୍କ ସହ ଯୋଡ଼ି ହୋଇ ରୁହ, ସେମାନଙ୍କର ସେବା କର। ଶାସନରେ ଥିବା ବେଳେ ମଧ୍ୟ ନବୀନ ଏଭଳି ପରାମର୍ଶ ଦେଉଥିଲେ। ନବୀନଙ୍କ ପାଇଁ କ୍ଷମତା ଏକ ମାଧ୍ୟମ ମାତ୍ର। କ୍ଷମତାରେ ଥାଆନ୍ତୁ ଅଥବା ନଥାନ୍ତୁ, ଓଡ଼ିଶବାସୀଙ୍କ ସେବା ପାଇଁ ତାଙ୍କ ଓଡ଼ିଆପ୍ରାଣ ଏବଂ ତାଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସବୁବେଳେ ଅନ୍ୟଙ୍କଠାରୁ ଆଗରେ ସବୁବେଳେ ଥିବ ବୋଲି ଦଳୀୟ ନେତାଏ ଦୃଢେ଼ାକ୍ତି ପ୍ରକାଶ କରନ୍ତି।

Tags: INDIAnewsodisha
ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.