ଦିଲ୍ଲୀ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ ସଞ୍ଜିବନୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ସ୍କିମ ଲାଗୁ କରିଥିଲେ । ତେବେ ଏହି ଯୋଜନାକୁ ନେଇ ଏବେ କେଜ୍ରିଓ୍ବାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି । ଆରମ୍ଭ ହୋଇଛି ତୁତୁ ମେଁ ମେଁ । ପଦାରେ ପଡ଼ିଛି ଦିଲ୍ଲୀ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତଃକନ୍ଦଳ । ଦିଲ୍ଲୀରେ ବର୍ତମାନ କୌଣସି ସଞ୍ଜିବନୀ ଅବା ମହିଳା ସମ୍ମାନ ସ୍କିମ କାର୍ଯ୍ୟକାରୀ ଲାଗୁ ହୋଇନାହିଁ । ଏକଥା ଖୋଦ ଦିଲ୍ଲୀ ସରକାରର ଦୁଇଟି ବିଭାଗ ଖବରକାଗଜରେ ବିଜ୍ଞାପନ ଜରିଆରେ ଜଣାଇଛି ।
ଦିଲ୍ଲୀ ନିର୍ବାଚନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଏହି ବିଜ୍ଞାପନ ଜରିଆରେ ନୋଟିସ୍ ଜାରି କରାଯାଇଛି । ଠକେଇରୁ ଲୋକଙ୍କୁ ସାବଧାନ ରହିବା ପାଇଁ ସଚେତନ କରାଯାଇଛି । କାହାକୁ ମଧ୍ୟ ନିଜ ବ୍ୟାଙ୍କ ଖାତା, ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ ଭଳି ଡକ୍ୟୁମେଣ୍ଟ ନଦେବାକୁ କୁହାଯାଇଛି । ଉଭୟ ବିଭାଗ ନୋଟିସ ଜାରି କରିବା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ସାମ୍ନାକୁ ଆସିଛି । ସେ କହିଛନ୍ତି, ‘ଏହି ଲୋକମାନେ ମହିଲା ସମ୍ମାନ ଯୋଜନା ଏବଂ ସଞ୍ଜିବନୀ ଯୋଜନା ଲାଗୁ ହେବା ଦ୍ୱାରା ବିଚଳିତ ହୋଇପଡିଛନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଏକ ନକଲି ମାମଲା ସୃଷ୍ଟି କରି ସେମାନେ ଆତିଶୀଜୀଙ୍କୁ ଗିରଫ କରିବାକୁ ଯୋଜନା କରିଛନ୍ତି । ତେବେ ଏହାପୂର୍ବରୁ କିଛି ବରିଷ୍ଠ ଇଇଚ ନେତାଙ୍କ ଉପରେ ଚଢ଼ାଉ କରାଯିବ ବୋଲି ସେ ଅଭିଯୋଗ ଆଣିଛନ୍ତି ।