Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

13 ମାସରୁ କମ ସମୟ ମଧ୍ୟରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବର ଦାସଙ୍କୁ କାହିଁକି ବିଦା କରାଗଲା ?

Ramesh Parida by Ramesh Parida
Dec 25, 2024, 10:34 am GMT+0530
FacebookTwitterWhatsAppTelegram

ଦାୟିତ୍ବ ଗ୍ରହଣ କରିବାର ମାତ୍ର 13 ମାସରୁ କମ ସମୟ ମଧ୍ୟରେ ରଘୁବର ଦାସଙ୍କୁ ଓଡ଼ିଶା ରାଜ୍ୟପାଳ ପଦରୁ ଯେପରି ବିଦା କରାଗଲା ତାହା କେବଳ ଓଡ଼ିଶା କି ଝାଡ଼ଖଣ୍ଡ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । 2023 ଅକ୍ଟୋବର 31 ତାରିଖରେ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ସେ ବିବାଦରେ ଥିଲେ । ଓଡ଼ିଶାରେ ଜଣେ ସରକାରୀ କର୍ମଚାରୀ ଙ୍କୁ ତାଙ୍କ ପୁଆ ମାଡ଼ ମାରିବା ଘଟଣାରୁ ଆରମ୍ଭ କରି ସରକାରୀ କାର୍ଯ୍ୟରେ ଅଯଥାରେ ହସ୍ତକ୍ଷେପ ଏବଂ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ପରାଜୟରେ ତାଙ୍କର ଭୂମିକା ରଘୁବରଙ୍କୁ ଘୋର ଅଡ଼ୁଆ ପରିସ୍ଥିତିରେ ପକାଇଦେଇଥିଲା ।

ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପରେ ରଘୁବର ରାଜ୍ୟର ବିଭିନ୍ନ ଜିଲ୍ଲାଗସ୍ତ ଆରମ୍ଭ କରିଥିଲେ । କିନ୍ତୁ ବିବାଦ ହୋଇଥିଲା ଯେତେବେଳେ ସେ ପ୍ରଶାସନରେ ହସ୍ତକ୍ଷେପ ଆରମ୍ଭ କରିଥିଲେ । ସେ ଜଣେ ରାଜ୍ୟପାଳ କମ ବରଂ ଜଣେ ରାଜନୈତିକ କର୍ମୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ଓଡ଼ିଶାରେ ନିର୍ବାଚନ ବେଳେ ରାଜଭବନରେ ରହି ସେ ଦଳୀୟ ନେତା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ । ରାଜ୍ୟରେ ବିଜେଡ଼ି ସରକାରକୁ ହଇରାଣ କରିବା ଲାଗି ଚକ୍ରାନ୍ତ ଚଳାଇଥିଲେ । ଏସଂପର୍କରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ତେବେ ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳ ଶ୍ରୀ ଦାସଙ୍କ ପୁଅ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଏବଂ ଅପମାନିତ କରିବା ଘଟଣା ସବୁଠାରୁ ବଡ଼ ବିବାଦ ସୃଷ୍ଟି କରିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା। ଏହି ଘଟଣାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ୍‌‌ ଶ୍ରୀ ଦାସଙ୍କ ଇସ୍ତଫା ଦାବି କରିଥିଲେ। ତାଙ୍କ ଇସ୍ତଫା ଏବଂ ପୁଅ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧୀ ବିଧାନସଭାକୁ ଅଚଳ କରି ଦେଇଥିଲେ। ରାଜରାସ୍ତାରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ, ନାରାବାଜି ହୋଇଥିଲା। ଏପରିକି ଝାଡ଼ଖଣ୍ଡ ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ତାଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ଲାଗି ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ। ଓଡ଼ିଆ ଅସ୍ମିତା କଥା କହୁଥିବା ରାଜ୍ୟରେ ବିଜେପି ସରକାରଙ୍କୁ ଏହା ଅଡ଼ୁଆରେ ପକାଇଥିଲା। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେେଳ ମଧ୍ୟ ସେ ବିବାଦୀୟ ହୋଇପଡ଼ିଥିଲେ। ଓଡ଼ିଶା ରାଜଭବନକୁ ସେ ବିଜେପିର କଣ୍ଟ୍ରୋଲ ରୁମ୍ ଭଳି ବ୍ୟବହାର କରିଥିଲେ। ରାଜଭବନରେ ରହି ଝାଡ଼ଖଣ୍ଡ ନିର୍ବାଚନ ପରିଚାଳନା କରୁଥିଲେ। ରାଜ୍ୟପାଳ ପଦ ଛାଡ଼ି ଝାଡ଼ଖଣ୍ଡ ରାଜନୀତିକୁ ଫେରିବା ଲାଗି ସେ ଜିଦ୍ ଧରିବାରୁ ବିଜେପି ହାଇକମାଣ୍ଡ ଅଡ଼ୁଆ ପରିସ୍ଥିିତିରେ ପଡ଼ିଯାଇଥିଲେ। ତାଙ୍କୁ ବୁଝାଇବା ଲାଗି ବିଜେପି ନେତାମାନଙ୍କୁ ଢେର କସରତ କରିବାକୁ ପଡ଼ିଥିଲା। ନିର୍ବାଚନରେ ତାଙ୍କର ବୋହୂଙ୍କୁ ବିଜେପି ପ୍ରାର୍ଥୀ କରିଥିଲେ ମଧ୍ୟ ରଘୁବର କୁଆଡ଼େ ସନ୍ତୁଷ୍ଟ ନଥିଲେ।

ଅନ୍ୟପକ୍ଷରେ ରାଜ୍ୟରେ ବିଜେପିକୁ ହରାଇବା ଲାଗି ସେ ନିଜ ଲୋକଙ୍କୁ ଲଗାଇ ଭିତିରି ଷଡ଼ଯନ୍ତ୍ର ଚଳାଇଥିଲେ। ଏହି ଖବର ଦଳୀୟ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଥିଲା। ଆଭ୍ୟନ୍ତରୀଣ ଯାଞ୍ଚ ରିପୋର୍ଟ ମିଳିବା ପରେ ହାଇକମାଣ୍ଡ କ୍ଷୁବ୍ଧ ହୋଇ ତାଙ୍କୁ ବିଦା କରିଥିବା କୁହାଯାଉଛି। କେବଳ ବିଜେଡି କି କଂଗ୍ରେସ ନୁହେଁ, ବିଜେପି ନେତାମାନେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ବିଶ୍ୱବିଦ୍ୟାଳୟ ଆଇନ୍‌‌ର ସଂଶୋଧନ ବିଲ୍‌‌କୁ ଦସ୍ତଖତ ନ କରି ଫେରାଦେଇଥିଲେ। ବିଜେପି ସରକାରକୁ ଏହା ଅଡ଼ୁଆରେ ପକାଇ ଦେଇଥିଲା। ଏସବୁ ଘଟଣାରେ ତାଙ୍କର ଅଯଥା ହସ୍ତକ୍ଷେପକୁ ନେଇ ରାଜ୍ୟ ବିଜେପି ନେତା ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିଲେ।

ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.