Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ଉଦାରବାଦୀ ରାଜନେତା ଅଟଳ ବିହାରୀ ବାଜପେୟୀ

Ramesh Parida by Ramesh Parida
Dec 25, 2024, 10:18 am GMT+0530
FacebookTwitterWhatsAppTelegram

ବିଶିଷ୍ଟ ରାଷ୍ଟ୍ରନାୟକ,ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଶାସନିକ ଉତ୍କର୍ଷର ସ୍ଥପତି ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜୟନ୍ତୀ ।  ସୁଶାସନ ଓ ଆର୍ଥିକ ବିକାଶର ପଥ ପ୍ରଦର୍ଶକ ଅଟଳୀଙ୍କର ଓଡ଼ିଶାର ବିକାଶ ପ୍ରତି ଅବଦାନ ଅତୁଳନୀୟ ।

ଜଣେ ଜନପ୍ରିୟ ନେତା ଏବଂ ଯୁଗପୁରୁଷ ଭାବେ ଓଡ଼ିଶା ତଥା ସମଗ୍ର ଦେଶର ବିକାଶରେ ତାଙ୍କର ଭୂମିକା ଚିର ସ୍ମରଣୀୟ। ଉଦାରବାଦୀ ରାଜନେତା କବି ତଥା ସୁବକ୍ତା ଭାବେ ବେଶ ପରିଚିତ ଥିଲେ ଅଟଲ ବିହାରୀ ବାଜପେୟୀ ।

ନିଜର ଭାଷଣର ଦକ୍ଷତା ହସ ହସ ମୁହଁ ଓ ବିଚାରଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ ପ୍ରିୟ ଥିଲେ । ସେ 1924 ମସିହା ଆଜିର ଦିନରେ ଗ୍ବାଲିୟରର ଏକ ବ୍ରହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ କୃଷ୍ଣ ବିହାରୀ ବାଜପେୟୀ ଓ ମା ଙ୍କ ନାଁ ହେଉଛି କୃଷ୍ଣା ବାଜପେୟୀ ।

ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ସେ  ସ୍ନାତକ ଡ଼ିଗ୍ରୀ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରୁ  ହିଁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ରେ ସ୍ବୟଂସେବକ ହୋଇଥିଲା । ଏପରିକି ସେ ଅଧାରୁ ପାଠ ଛାଡ଼ି ପୂଣ୍ଣକାଳୀନ ପ୍ରଚାରକ ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ସେହିପରି କାର୍‌ଗିଲ୍‌ ଯୁଦ୍ଧରେ ପାକିସ୍ତାନକୁ ମାତ୍‌ ଦେବା ଥିଲା ତାଙ୍କ ରାଜନୈତିକ ଜୀବନର ଅନ୍ୟତମ ସଫଳତା। ଦେଶ ପ୍ରତି ଥିବା ତାଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଭାରତ ରତ୍ନ, ପଦ୍ମବିଭୂଷଣ ଆଦି ସମ୍ମାନରେ ସେ ସମ୍ମାନିତ। ୨୦୧୮ ଅଗଷ୍ଟ ୧୬ରେ ଏହି ମହାନ ରାଜନେତାଙ୍କ ପରଲୋକ ଘଟିଥିଲା।

ସେହିପରି ତାଙ୍କର ପିଲାଟି ବେଳୁ ସାହିତ୍ୟ ପ୍ରତି ରୁଚି ଥିଲା । ବିଭିନ୍ନ କବି ସମ୍ମିଳନୀରେ ଯୋଗ ଦେବାରୁ ତାଙ୍କର ଲେଖାଲୋଖି ପ୍ରତି ଆଗ୍ରହ ବଡିଲା ଓ ଧୀରେ ଧୀରେ କବିତା ଲେଖା ମଧ୍ୟ ଆରମ୍ଭ କଲେ । ତାଙ୍କର ସଂଘର୍ଷମୟ ଜୀବନ ପରିବର୍ତନଶୀଳ ପରିସ୍ଥିତି ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଜେଲ ଜୀବନ ଆଦି ତାଙ୍କ କାବ୍ୟ କବିତାରେ ଦେଖିବାକୁ ମିଳିଥାଏ । ତାଙ୍କ କବିତା ସଂକଳନ ମଧ୍ୟରୁ ‘ମେରି ଇକ୍ୟାବନ୍ କବିତାଏଁ’ ଖୁବ୍ ଲୋକପ୍ରିୟ।

ଅନ୍ୟପଟେ ସଂସଦରେ ସେ ଏକାଧିକବାର କବିତା ମାଧ୍ୟମରେ ନିଜ ମତ ମଧ୍ୟ ରଖିଛନ୍ତି। ୧୯୪୨ରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଜେଲ ଯାଇଥିଲେ। ବାଜପେୟୀ ୧୯୫୧ରେ ରାଜନୀତିରେ ପାଦ ଥାପିଲେ। ୧୯୫୫ରେ ସେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ।

ସେହିପରି ସେ ଲୋକସଭାକୁ ନଅ ଥର ଓ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ନୂଆଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମୋରାଜୀ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀ ଥିଲେ। ବିଦେଶ ମନ୍ତ୍ରୀ ଭାବେ ଭାରତୀୟ ରାଜନୀତିକୁ ତାଙ୍କର ଯୋଗଦାନ ଅତୁଳନୀୟ।

ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ। ୧୯୯୬ରେ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ ।

ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ନେଇ ଅନେକ ପଦକ୍ଷେପ ମଧ୍ୟ ହାତକୁ ନେଇଥିଲେ। ବାଜପେୟୀ ଲାଲବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିସାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’କୁ ଯୋଡ଼ିଥିଲେ।

Tags: Atal Bihari VajpayeeBharat Ratnabirth anniversary.INDIAnewsodisha
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.