ବିବାହ କରିବାକୁ ଯାଉଛି ବେଜୋସ । ବିଶ୍ବର ଅନ୍ୟତମ ଧନ୍ୟ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲରେନ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହକୁ ନେଇ ଏବେ ସାରା ବିଶ୍ବରେ ଚର୍ଚା । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ଜେଫ ବେଜୋସ ଏବଂ ଲରେନ ସାଞ୍ଚେଜଙ୍କ ବିବାହ ଆସନ୍ତା ଶନିବାର ଅନୁଷ୍ଠିତ ହେବ ।
ଏହି ବିବାହରେ ସାରା ବିଶ୍ବରୁ ପ୍ରତିଷ୍ଠିତ ଲୋକମାନେ ଯୋଗଦେବେ । କଲୋରାଡ଼ୋର ଆସ୍ପେନରେ ଅନୁଷ୍ଠିତ ହେବ ଏବଂ ଏହା ସବୁଠାରୁ ଭବ୍ୟ ବିବାହ ହେବ ବୋଲି କୁହାଯାଉଛି ।
600 ମିଲିୟନ ଡ଼ଲାର ଅର୍ଥାତ 5096 କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଆପଣ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ । ଧନୀ ବ୍ୟକ୍ତିଙ୍କର ବିବାହ ଖର୍ଚ ଏପରି ହୋଇଥାଏ । ମୁକେଶ ଅମ୍ବାନିଙ୍କ ବିବାହ ଖର୍ଚ 5 ହଜାର କୋଟି ହୋଇଥିଲା ।
ଏହି ଭବ୍ୟ ବିବାହରେ ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ଯୋଗ ଦେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇପାରନ୍ତି ।
ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ପାଇଁ ପାର୍ଟି ପ୍ଲାନରମାନଙ୍କୁ ଏକ ନନ୍-ଡିସ୍କ୍ଲୋଜର ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡିଛି, ଯାହା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ତ ବିବରଣୀ ସାର୍ବଜନୀନ କରିପାରିବେ ନାହିଁ । ଆସ୍ପେନରେ ଆୟୋଜିତ ଏହି ବିବାହକୁ ସ୍ପେଶାଲ କରିବା ପାଇଁ ସାରା ବିଶ୍ୱରୁ ବଛାବଛା ଜିନିଷ ମଗାଯିବ ।