ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନଙ୍କ ସମ୍ପର୍କ କଣ ଥିଲା ?
ନବୀନ କେତେବେଳେ ପାଣ୍ଡିଆନଙ୍କୁ ଗୁରୁତ୍ବ ଦେବା ଆରମ୍ଭ କଲେ ?
ପାଣ୍ଡିଆନ କିପରି କ୍ଷମତାଶାଳୀ ହେଲେ ?
ବିଜେଡିର ପତନ କିପରି ହେଲା?
ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଲେଖିତ ‘ନବୀନ ପଟ୍ଟନାୟକ: ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ ଓ ରାଜନୈତିକ ଯାତ୍ରାକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହି ପୁସ୍ତକରେ ପୂର୍ବତନ ଆଇଏଏସ ଭି.କେ. ପାଣ୍ଡିଆନଙ୍କ ସହ ନବୀନଙ୍କ ସମ୍ପର୍କ ଓ ତାଙ୍କର ଭୂମିକା ବିଷୟରେ ଅନେକ କଥା ଉଲ୍ଲେଖ ରହିଛି।
ପୁସ୍ତକରେ ଉଲ୍ଲେଖ ହୋଇଛି ଯେ, ୨୦୨୪ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ଘରେ ରହିଥିବାବେଳେ, ପାଣ୍ଡିଆନ ଏକାକୀ ପ୍ରଚାର କରିଥିଲେ, ଯାହା ବିଜେଡିର ପରାଜୟର ପ୍ରମୁଖ କାରଣ ହୋଇଥିଲା।
ଏହି ପୁସ୍ତକରେ ଆଉ ଏକ ଉଲ୍ଲେଖନୀୟ ଦୃଶ୍ୟ ହେଉଛି, ଯେଉଁଥିରେ ଲେଖକ ଉଲ୍ଲେଖ କରିଛନ୍ତି ଯେ କିପରି କିଛି ଲୋକ ନବୀନଙ୍କୁ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ତଥ୍ୟ ଦେଇଥିଲେ, ଯାହା ତାଙ୍କର ରାଜନୈତିକ ଯାତ୍ରାରେ ପ୍ରଭାବ ପକାଇଥିଲା।
ଭିକେ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉପଦେଷ୍ଟା ଓ ଭରସାଯୋଗ୍ୟ ମଣିଷ ଭାବେ ବହିରେ ବିବେଚନା କରାଯାଇଛି। ସେ ବିଜେଡିର ଆଉଭ୍ୟନ୍ତରୀ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ। ନବୀନଙ୍କ ରାଜନୈତିକ ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ତାଙ୍କର ମୁଖ୍ୟ ଭୂମିକା ଥିଲା।
ରୁବେନ ବାନାର୍ଜୀଙ୍କ ବହ ନବୀନ ପଟ୍ଟନାୟକ, ରେ ୨୦୨୪ ନିର୍ବାଚନ ସମୟରେ ଭୂମିକା ବର୍ଣ୍ଣନା କରାଯାଇଛି । ଲେଖକ ପାଣ୍ଡିଆନଙ୍କ ରୋଲକୁ ଆଲୋଚନା କରିଛନ୍ତି, ବିଶେଷ କରି ନବୀନ ପଟ୍ଟନାୟକ ଘରେ ଥିବା ସମୟରେ ପାଣ୍ଡିଆନ ଏକାକି ପ୍ରଚାର ଚାଲିଥିବା ଘଟଣାକୁ ଉପସ୍ଥାପନ କରିଛନ୍ତି। ଏହାକୁ ଲେଖକ ବିଜେଡିର ପରାଜୟର ମହତ୍ୱପୂର୍ଣ୍ଣ କାରଣ ଭାବେ ଉଲ୍ଲେଖ କରିଛନ୍ତି।
ପାଣ୍ଡିଆନଙ୍କ ଭୂମିକା ଉପରେ ଏହି ପୁସ୍ତକର ଆଲୋଚନା ରାଜନୈତିକ ମହଳରେ ଅନେକ ପ୍ରତିକ୍ରିୟା ସୃଷ୍ଟି କରିଛି। ଏହା ନବୀନଙ୍କ ନେତ୍ରୁତ୍ବରେ ପାଣ୍ଡିଆନଙ୍କ ଅଧିକାର କିମ୍ବା ପ୍ରଭାବ ବିଷୟରେ ବିଶେଷ ଆଲୋଚନା କରାଯାଇଛି। ସେମାନଙ୍କ ସମ୍ପର୍କରେ ଏହି ତଥ୍ୟ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଓ ନେତୃତ୍ୱ ସମ୍ପର୍କରେ ଅନେକ ନୂଆ କଥା ଜାଣିବାର ସୁଯୋଗ ଦେଇଛି ।