ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଏତ ଗସ୍ତର ଶେଷ ଦିନରେ ତାଙ୍କୁ କୁଏତର ସର୍ବୋଚ ସମ୍ମାନ ଅର୍ଡ଼ର ଅଫ ମୁବାରକ ଅଲ କବୀର ପ୍ରଦାନ କରାଯାଇଛି । ରବିବାର କୁଏତର ବାୟାନ ପ୍ୟାଲେସରେ ତାଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ । ଏହା ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ । ପୂର୍ବରୁ ବିଲ୍ କ୍ଲିଣ୍ଟନ୍, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହାପରେ କୁଏତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଛ ସମ୍ମାନ ଅର୍ଡ଼ର ଅଫ ମୁବାରକ ଅଲ କବୀରରେ ସମ୍ମାନିତ କରିଥିଲେ । ବାୟାନ ପ୍ୟାଲେସ କୁଏତରେ ଶକ୍ତି ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି 20 ତମ ଅନ୍ତର୍ଜାତୀୟ ସମ୍ମାନ । ଏହି ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ । ପୂର୍ବରୁ ବିଲ କ୍ଲିଣ୍ଟନ , ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।