ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି । 1971 ମସିହାରେ ଭାରତ ସହିତ ଯୁଦ୍ଧ ମସୟରେ ଆମେରିକା ମଧ ନିଜର ନୌସେନାକୁ ପାକିସ୍ତାନକୁ ସାହାର୍ଯ୍ୟ କରିବାକୁ ପଠାଇଥିଲା । କିନ୍ତୁ ବର୍ତମାନ ଆମେରିକା ଅଭିଯୋଗ କରିଛି ଯେ ପାକିସ୍ତାନ ଏଭଳି କ୍ଷପଣାସ୍ତ୍ର ତିଆରି କରୁଛି ଯାହା ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ ।
ପଣ୍ଟାଗନର ଆକଳନ ଅନୁଯାୟୀ ସେସବୁ ଦେଶ ତାଲିକାରେ ଯୋଗଦେବାକୁ ଉଦ୍ୟମ କରୁଛି ଯେଉଁମାନେ ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ ବର୍ତମାନ ସୁଦ୍ଧା କେବଳ ରୁଷିଆ ଉତ୍ତର କୋରିଆ ଏବଂ ଚୀନ ଆମେରିକା ଉପରେ ଆକ୍ରମଣ କରିବାର କ୍ଷମତା ରଖିଛନ୍ତି । ଏବେ ପାକିସ୍ତାନ ସେହି ତାଲିକାରେ ଯୋଗଦେବାକୁ ଯାଉଥିବା ଆମେରିକା ଅଭିଯୋଗ କରିଛି ।
ପାକିସ୍ତାନର ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆମେରିକାର ସ୍ୱାର୍ଥ ବିରୁଦ୍ଧ ଅଟେ। ଏହି କାରଣରୁ ଆମେରିକା ପ୍ରଥମ ଥର ପାଇଁ ପାକିସ୍ତାନ ସରକାରଙ୍କ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସହ ଜଡିତ ତିନୋଟି କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପାଇଁ ସହାୟତା ଉପକରଣ ଅନ୍ତର୍ଗତ ଲଞ୍ଚ ଲାଗି ଆବଶ୍ୟକ ବିଶେଷ ଯାନବାହାନ ଚେସିସ୍ ସମେତ ପାକିସ୍ତାନ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏନଡିସି ସାମଗ୍ରୀ ହାସଲ କରିବାକୁ ଚେଷ୍ଟା କରିଛି।
ଆମେରିକାର ପ୍ରିନ୍ସିପାଲ୍ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଅନ୍ତର୍ଜାତୀୟ ଶାନ୍ତି ଇଭେଣ୍ଟରେ କାର୍ନେଜି ଏଣ୍ଡୋମେଣ୍ଟରେ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକଳାପକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଫିନରଙ୍କ ଅନୁଯାୟୀ, ‘ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ପାକିସ୍ତାନ ଆମେରିକା ସମେତ ଦକ୍ଷିଣ ଏସିଆର ଯେକୌଣସି ସ୍ଥାନରେ ଆକ୍ରମଣ କରିବାର କ୍ଷମତା ପାଇବ, ଯାହା ପାକିସ୍ତାନର ଉଦ୍ଦେଶ୍ୟ ଉପରେ ପ୍ରକୃତ ପ୍ରଶ୍ନ ଉଠାଇବ।
ସେ କହିଛନ୍ତି ରୁଷିଆ ଉତ୍ତର କୋରିଆ ଏବଂ ଚୀନ ଭଳି ଅଳ୍ପ କେତେକ ଦେଶରେ ଆଣବିକ ଅସ୍ତ୍ରଶସ୍ତ୍ର ତଥା କ୍ଷେପଣାସ୍ତ୍ର କ୍ଷମତା ରହିଛି ଯାହା ଆମେରିକାକୁ ସିଧାସଳଖ ଟାର୍ଗେଟ କରାଯାଇପାରେ । ପାକିସ୍ତାନର କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା ବଢାଇଛି । ଆମେରିକା ପାଇଁ ପାକିସ୍ତାନ ଏକ ବିପଦ ସାଜିଛି ।
ଭାରତ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବାରୁ ୨୦୨୪ମସିହାରେ ଦକ୍ଷିଣ ଏସିଆର ଆଞ୍ଚଳିକ ସୁରକ୍ଷା ସନ୍ତୁଳନରେ ପରିବର୍ତ୍ତନ ଆସିଛି। ତେବେ ଚୀନ୍କୁ ଦୃଷ୍ଟିରେ ରଖି ଭାରତର ଅଧିକାଂଶ ସାମରିକ ପ୍ରଗତି ହୋଇଛି। ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ମଧ୍ୟ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଠିନ ପରିଶ୍ରମ କରୁଛି।
ସମଗ୍ର ପାକିସ୍ତାନ ଉପରେ ଆକ୍ରମଣ କରିବାର ଭାରତ ପୂର୍ବରୁ କ୍ଷମତା ରଖିଛି। ଚାଇନାକୁ ଦୃଷ୍ଟିରେ ରଖି ଭାରତ ଅଗ୍ନି-ଭି ଏବଂ ବୁଡ଼ାଜାହାଜ ଦ୍ୱାରା ଲଞ୍ଚ୍ କରାଯାଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ଗବେଷଣା କରୁଛି।