ଗତ କିଛି ଦିନ ଧରି ଆମ୍ବେଦକର ପ୍ରସଙ୍ଗ ଚର୍ଚା ଧରିଛି । କଂଗ୍ରେସ ଦଳିତ ଭୋଟ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଆପ ଏବେ ଆଉ ଦୁଇପାଦ ଆଗେଇଛି । ଦଳିତମାନଙ୍କ ଭୋଟ ବିଜେପି ଆଡ଼କୁ ଢ଼ଳୁଥିବାରୁ କଂଗ୍ରେସ ଚିନ୍ତାରେ ଥିଲା । ଏବେ ଆପ ମଧ୍ୟ ଏହି ଭୋଟକୁ ନିଜ ଆଡ଼କୁ ଆଣିବାକୁ ନୂଆ ଘୋଷଣା କରିଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଦଳିତ ସମ୍ପଦ୍ରୟର ପିଲାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଆମ୍ବେଦକର ସ୍କଲାରସିପ ଘୋଷଣା କରିବାବେଳେ ଆପ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଦିଲ୍ଲୀରେ ଦଳିତ ସମ୍ପ୍ରଦାୟର କୌଣସି ପିଲା ଉଚ୍ଚଶିକ୍ଷା ପାଇଁ ବିଶ୍ବର କୌଣସି କଲେଜରୁ ଯିବାକୁ ଚାହିଁନ୍ତି ତେବେ ଦିଲ୍ଲୀ ସରକାର ପୁରା ଖର୍ଚ୍ଚ ବହନ କରିବେ । ଯାହାକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଛି
ଏହି ଘୋଷଣା ସମୟରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦଳିତ ସମ୍ପ୍ରଦାୟର କୌଣସି ପିଲା ଶିକ୍ଷା ପାଇବାକୁ ବଞ୍ଚିତ ହେବା ଉଚିତ ନୁହେଁ, ଯଦି ପିଲାଟି ବିଶ୍ୱର କୌଣସି ଉଚ୍ଚ ବିଶ୍ୱବିଦ୍ୟାଳୟରେ ପଢିବାକୁ ଚାହୁଁଛି, ତେବେ ଆମ ଦଳ ପଇସା ଦେବ ।
ଆଗାମୀ ଦିନରେ ଏହା ଭୋଟ ଉପରେ ପ୍ରଭାବ ପକାଇପାରେ । ପଢ଼ାଖର୍ଚ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ବହନ କରିବେ। ଯଦି କୌଣସି ଛାତ୍ର ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଚାହାଁନ୍ତି, ତେବେ ଆମେ ତାଙ୍କ ସହ ଛିଡା ହେବୁ |