ବାଂଲାଦେଶର ମଧ୍ୟବର୍ତୀକାଳନୀନ ସରକାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଆକଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯାହା ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ କହିଛି । ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ 2022 ମସିହାରେ ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ 47 ଟି ହିଂସା 2023 ରେ 302 ଏବଂ 2024 ରେ 2200 ଘଟଣା ଘଟିଛି । ଏହି ସଂଖ୍ୟା ବିଭ୍ରାନ୍ତିକର ଏବଂ ମିଛ କଥା ୟୁନୁସ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜାନୁଆରୀରୁ ନଭେମ୍ବର 2024 ମଧ୍ୟରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାର ସଂଖ୍ୟା ହେଉଛି ୧୩୮, ଯେଉଁଥିରେ ୩୬୮ଟି ଘର ଉପରେ ଆକ୍ରମଣ ହୋଇଛି ଓ ୮୨ ଜଣ ଆହତ ହୋଇଥିଲେ। ”
ବାଂଲାଦେଶର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆକ୍ରମଣକାରୀମାନେ ବାଂଲାଦେଶର ମାଇମେନସିଂହ ଏବଂ ଦିନାଜପୁରର ତିନୋଟି ମନ୍ଦିରରେ ମୂର୍ତ୍ତି ଭାଙ୍ଗିଛନ୍ତି। ଦିନାଜପୁରର ମାଇମେନସିଂହରେ ୮ଟି ମୂର୍ତ୍ତି ଭଙ୍ଗାଯାଇଥିଲା। ଗତକାଲି ଏବଂ ଆଜି ସକାଳେ ମାଇମେନସିଂହର ହାଲୁୱାଟ ଉପଜିଲ୍ଲାରେ ଦୁଇଟି ମନ୍ଦିରର ତିନୋଟି ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ବାଂଲାଦେଶ ସରକାର କହିଛନ୍ତି ଯେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରିପୋର୍ଟ ହୋଇଥିବା ପ୍ରତ୍ୟେକ ଘଟଣାର ଅନୁସନ୍ଧାନ କରୁଛନ୍ତି ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।
ଉଲ୍ଲେଖ ଥାଉ କି ବିଦେଶ ରାଷ୍ଟ୍ରମନ୍ତ୍ରୀ ସଂସଦରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ୨୦୨୨ମସିହାରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ୪୭ଟି ଆକ୍ରମଣ ହୋଇଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ୨୪୧ ଥିଲା। ଏହା ପରେ ୨୦୨୧ରେ ବାଂଲାଦେଶରେ ୩୦୨ ଓ ପାକିସ୍ତାନରେ ୧୦୩ ମାମଲା ସାମ୍ନାକୁ ଆସିଥିଲା। ସେହିପରି ଚଳିତ ବର୍ଷ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ୨୦୨୪ ଡିସେମ୍ବର ୮ ସୁଦ୍ଧା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ୨୨୦୦ ହିଂସାକାଣ୍ଡ ଘଟିଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ୧୧୨ ରହିଛି। ଏହି ହିଂସାକାଣ୍ଡ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ବାଂଲାଦେଶ ସରକାରଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି ବୋଲି ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଥିଲେ ।