ଗତ କିଛି ଦିନ ଧରି ପ୍ରିୟଙ୍କା ଗାନ୍ଧୀ ନୂଆ ନୂଆ ବ୍ୟାଗ ଆଣୁଥିଲେ । ଯେଉଁ ବ୍ୟାଗର କିଛି ଉଦ୍ଦେଶ୍ୟ ରହିଥିଲା । ଯାହାକୁ ନେଇ ଚର୍ଚା ଚାଲିଥିଲା । ଗତ ୧୦ ତାରିଖରେ ପ୍ରିୟଙ୍କା ଏକ ବ୍ୟାଗ୍ ପକାଇ ସଂସଦ ଆସିଥିଲେ, ଯେଉଁଥିରେ ମୋଦି-ଅଦାନୀ ଭାଇ ଭାଇ ବୋଲି ଲେଖା ଥିଲା। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା ।
ରାହୁଲ ଗାନ୍ଧୀ ଏହି ବ୍ୟାଗକୁ ସଂସଦରେ ଦେଖାଇ ବ୍ୟାଗ୍ ବହୁତ ସୁନ୍ଦର ଦିଶୁଥିବା କହି ତାତ୍ସଲ୍ୟ କରିଥିଲେ। ଏହାପରେ ୧୬ ଡିସେମ୍ବରରେ ପାଲେଷ୍ଟାଇନ୍ ଲେଖା ଥିବା ଆଉ ଏକ ବ୍ୟାଗ୍ ଧରି ସଂସଦ ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ। ଏହାକୁ ନେଇ ସାରା ଭାରତରେ ଚର୍ଚା ହୋଇଥିଲା । କଣ ପାଇଁ ପ୍ରିୟଙ୍କା ଏହି ବ୍ୟାଗ୍ ଆଣି ଦେଖାଉଛନ୍ତି ତାହାର ମାନେ କହିବାକୁ ବିଜେପି ଦାବି କରିଥିଲା ।
ଆଜି ସଂସଦରେ ଦେଖିବାକୁ ମିଳିଛି ବ୍ୟାଗ୍ ରାଜନୀତି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ୧୯୮୪ ଲେଖାଯାଇଛି। ଯାହା ୧୯୮୪ରେ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ଏବେ କିଛି ଦିନ ଧରି ବ୍ୟାଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ। କେବେ ଅଦାନୀ ତ କେବେ ବାଂଲାଦେଶ ଲେଖା ଥିବା ବ୍ୟାଗ୍ ଧରି ସଂସଦକୁ ଆସୁଥିଲେ ପ୍ରିୟଙ୍କା।
ଅପରାଜିତା ଦେଇଥିବା ବ୍ୟାଗରେ ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଗୌତମ ଅଦାନୀଙ୍କୁ ନେଇ ଲଗାତର ବିରୋଧ କରିଆସୁଛି। ସେପଟେ ଆମ୍ବେଦକର ଇସ୍ୟୁ ମଧ୍ୟ ଚର୍ଚାରେ ରହିଛି ।