Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ, ରୁଜୁ ହେଲା ମାମଲା

Ramesh Parida by Ramesh Parida
Dec 20, 2024, 09:44 am GMT+0530
FacebookTwitterWhatsAppTelegram

ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ସଂସଦରେ ଠେଲାପେଲା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବିଜେପି ନେତାମାନେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ବରାଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ହତ୍ୟା ଉଦ୍ୟମ ଆଧାରରେ ବିଏନଏସ ଧାରା ୧୦୯କୁ ହଟାଇ ବାକି ସବୁ ଧାରା ଲଗାଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସୂଚନା ମିଳିଛି, ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀଙ୍କୁ ଡକାଇପାରେ । ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାକାର ସିସିଟିଭି ଫୁଟେଜ୍ ପାଇଁ ପୁଲିସ ଲୋକସଭା ସଚିବାଳୟକୁ ଅନୁରୋଧ କରିବ । ଧାରା ୧୧୭କୁ ଛାଡ଼ିଦେଲେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଧାରା ଜାମିନଯୋଗ୍ୟ। ଏହି ଆଇନରେ ସାତ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଅଭିଯୋଗ ପରେ ବି ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏବେ ଆସନ୍ତୁ ନଜର ପକାଇବା କେଉଁ ଧାରାରେ ମାମଲା ରୁଜୁ ହୋଇଛି ।

ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହେବ। ଏହାର ଦିନକ ପୂର୍ବରୁ  ସଂସଦ ଭବନରେ ଦିନସାରା ହାଇଡ୍ରାମା ଦେଖିବାକୁ ମିଳିଛି। ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ ପ୍ରତିବାଦ ଚଳାଇଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ସେମାନେ ବାହାରି ସଂସଦ ଭବନ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ସଂସଦର ମୁଖ୍ୟ ପ୍ରବେଶ ପଥ ମକର ଦ୍ବାର ନିକଟରେ ପୂର୍ବରୁ ସରକାରୀ ଦଳର ସାଂସଦମାନେ ପ୍ରତିବାଦ କରୁଥିଲେ। ସଂସଦ ଭିତରକୁ ପ୍ରବେଶ କରିବା ସମୟରେ ସରକାରୀ ସାଂସଦ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଧକ୍କା ଦେଇଛନ୍ତି ବୋଲି ସରକାରୀ ଦଳର ସାଂସଦମାନେ ଅଭିଯୋଗ କରିଛନ୍ତି। ଏଥିରେ ବିଜେପିର ଦୁଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡ ଏବଂ ଅଣ୍ଟାରେ ଆଘାତ ଲାଗିଛି। ‌ଉଭୟ ସାଂସଦଙ୍କୁ ରାମ ମ‌ନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କୁ ହସ୍ପିଟାଲରେ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସେମାନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଉଭୟ ସାଂସଦଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି।

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.