ମସ୍କୋ: କ୍ୟାନସର ରୋଗୀଙ୍କ ପାଇଁ ଆଶା । ଏବେ ଆଉ ଡର ରହିବ ନାହିଁ । କାରଣ କ୍ୟାନସର ବିରୋଧରେ ରୁଷ୍ ଏକ ଏମ୍ଆର୍ଏନ୍ଏ ଟିକା ବିକଶିତ କରିଛି। ଯେଉଁ ଟିକା କର୍କଟ ରୋଗୀ ପ୍ରତିରୋଧ କରିବାରେ ସହାୟକ ହେବ । ଏହି ଟିକା ସରକାର ମାଗଣାରେ ବଣ୍ଟନ କରିବେ ବୋଲି ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓ ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆନ୍ଦ୍ରେ କାପ୍ରିନ କହିଛନ୍ତି।ତାଙ୍କ କହିବା କଥା ବିଶ୍ବରେ କ୍ୟାନସର ପ୍ରତି ଦିନକୁ ଦିନ ଭୟ ବଢ଼ୁଛି । କ୍ୟାନସର ମାରାତ୍ମକ ରୋଗ ଭାବେ ମଣିଷର ଜୀବନ ନେଉଛି । ଏହାର ନିରାକରଣ ପାଇଁ ଋଷ ଅନେକ ଦିନରୁ ଗବେଷଣା କରିଆସୁଥିଲା । ଏବେ ସଫଳ ହୋଇଛି । ଏହାର କ୍ଲିନିକାଲ ଟ୍ରାଏଲ ମଧ୍ୟ ସରିଛି । ତେଣୁ ଟୀକା ଦେବାକୁ ସରକାର ଘୋଷଣା କରିଛନ୍ତି ।
୨୦୨୫ ପ୍ରାରମ୍ଭ ସୁଦ୍ଧା ଏହା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି, ଏହା ଟ୍ୟୁମରର ବିକାଶ କରିବାକୁ ରାେକିବ । ଯାହା କି କ୍ୟାନସର ପ୍ରତିରୋଧ କରିପାରିବ ।
ଗବେଷଣାରୁ ଜଣାପଡିଛି ଯେ ଏହି ଟିକା ଆମ କୋଷଗୁଡ଼ିକୁ ଏକ ପ୍ରୋଟିନ୍ କିମ୍ବା କେବଳ ଏକ ପ୍ରୋଟିନର ଏକ ଅଂଶ ତିଆରି କରିବାକୁ ବାର୍ତ୍ତା ଦେଇଥାଏ ଯାହା ଭୂତାଣୁ ପରି ଅଟେ। ଏହାପରେ ପ୍ରୋଟିନ୍ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ।
ଏଆଇ ମାଧ୍ୟମରେ କୃତ୍ରିମ ନ୍ୟୁରାଲ୍ ନେଟୱର୍କର ବ୍ୟବହାର ଦ୍ୱାରା କର୍କଟ ଟିକା ତିଆରି ପାଇଁ ଆବଶ୍ୟକ କମ୍ପ୍ୟୁଟିଂ ଅବଧି ଏକ ଘଣ୍ଟାରୁ କମ୍ ହୋଇପାରେ। ବର୍ତ୍ତମାନ ଏକ ଟିକା ତିଆରି କରିବାକୁ ବହୁତ ସମୟ ଲାଗୁଛି।