Friday, May 9, 2025
No Result
View All Result
Odisha 365

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ଶାହାଙ୍କ ଆମ୍ବଦକର ମନ୍ତବ୍ୟଙ୍କୁ ନେଇ ଝଡ଼

Ramesh Parida by Ramesh Parida
Dec 19, 2024, 08:23 am GMT+0530
FacebookTwitterWhatsAppTelegram

ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦରକଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ସଂସଦ ଭିତରେ ଏବଂ ବାହାରେ ଝଡ଼ ସୃଷ୍ଟି ହୋଇଛି । ସଂସଦର ଉଭୟ ଗୃହରେ ଆରମ୍ଭରୁ ବିରୋଧୀ ସାଂସଦମାନେ ଆଜି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଫଳରେ ଦୁଇଗୃହକୁ ଗୁରୁବାର ପୂର୍ବାହ୍ନ ମୁଲତବୀ କରିଦିଆଯାଇଛି । ଆମ୍ବେଦରକଙ୍କ ନାମ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ  ପରିଣତ ହୋଇଯାଇଛି । ଯଦି ସେମାନେ ଭଗବାନଙ୍କ ନାମ ଏତି ଥର ନେଇଥାନ୍ତେ ତା ହେଲେ ସେମାନେ ସାତ ଜନମ ପାଇଁ ସ୍ବର୍ଗରେ ସ୍ଥାନ ପାଇଯାନ୍ତେ ବୋଲି ସମ୍ବିଧାନର 75 ବର୍ଷ ପୂର୍ତି ଉପଲକ୍ଷେ ଏହାର ଗୌରମମୟ ଯାତ୍ରା ଉପରେ ଆୟୋଜିତ ବିତର୍କରେ ଭାଗ ନେଇ ଶାହ କହିଥିଲେ । ଶାହଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ ଆଜି ତୀବ୍ର ବିରୋଧ କରିଛନ୍ତି । ଶାହଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଥାକ୍‌ରେ ଆଦି ସମାଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାହୁଲ କହିଛନ୍ତି ଯେଉଁମାନେ ମନୁସ୍ମୃତିରେ ବିଶ୍ବାସ କରନ୍ତି ସେମାନଙ୍କର ନିଶ୍ଚିତଭାବେ ଆମ୍ବେଦକରଙ୍କ ସହ ସମସ୍ୟା ରହିବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ସମେତ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଯଦି ଆମ୍ବେଦକରଙ୍କୁ ସମ୍ମାନ ଦିଅନ୍ତି ତାହେଲେ ସେ ବୁଧବାର ମଧ୍ୟରାତ୍ରି ପୂର୍ବରୁ ଶାହଙ୍କୁ ମନ୍ତ୍ରିମଣ୍ଡଳରୁ କାଢ଼ି ଦିଅନ୍ତୁ। କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଖଡ଼ଗେ କହିଛନ୍ତି, ଅମିତ ଶାହଙ୍କ ଠାରୁ ଆମେ କ୍ଷମା ଦାବି କରୁଛୁ। ଏହାପରେ ଯାଇ ଲୋକମାନେ ଶାନ୍ତ ହେବେ। ଅନ୍ୟଥା ଲୋକମାନେ ବାବାସାହେବଙ୍କ ପାଇଁ ସେମାନଙ୍କ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆମ୍ବେଦକର ସମସ୍ତଙ୍କର ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ ମନ୍ତ୍ରୀମାନେ ଜାଣିବା ଉଚିତ ଯେ ମୋ ଭଳି କୋଟି କୋଟି ଲୋକଙ୍କ ପାଇଁ ଆମ୍ବେଦକର ଭଗବାନଙ୍କ ଠାରୁ କିଛି କମ୍‌ ନୁହନ୍ତି। ଦଳିତ, ଆଦିବାସୀ ଏବଂ ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ ଗରିବଙ୍କ ପାଇଁ ସେ ସବୁବେଳେ ଆଦର୍ଶ ଭାବେ ରହିଛନ୍ତି ଏବଂ ‌ରହିବେ। ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶିବସେନା(ୟୁବିଟି) ମୁଖ୍ୟ ଥାକରେ ଦାବି କରିଛନ୍ତି। ସେହିଭଳି ମମତା ବାନାର୍ଜୀ କହିଛନ୍ତି ଶାହଙ୍କ ମନ୍ତବ୍ୟରୁ ବିଜେପିର ଜାତିଆଣ ଏବଂ ଦଳିତବିରୋଧୀ ମାନସିକତା ପ୍ରଦର୍ଶିତ ହୋଇଛି। ୨୪୦ ଆସନକୁ ଖସିଆସିବା ପରେ ଯଦି ସେମାନେ ଏଭଳି ବ୍ୟବହାର କରୁଛନ୍ତି ତାହେଲେ ସେମାନଙ୍କର ୪୦୦ ଆସନ ସ୍ବପ୍ନ ପୂରଣ ହୋଇଥିଲେ କ’ଣ କରିଥାନ୍ତେ। ଆମ୍ବେଦକରଙ୍କ ଯୋଗଦ‌ାନକୁ ସଂପୂର୍ଣ୍ଣ ଭାବେ ଲିଭାଇ ଦେଇ ଇତିହାସର ପୁନଃରଚନା କରଥାନ୍ତେ ବୋଲି ମମତା କହିଛନ୍ତି।

ଅନ୍ୟପକ୍ଷରେ ଅମିତ ଶାହଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାରିଛନ୍ତି। ମୋଦୀ କହିଛନ୍ତି ଆମ୍ବେଦକରଙ୍କ ପ୍ରତି କଂଗ୍ରେସ ପାପ କରିଛି। ଏ ନେଇ ପ୍ରଧାନମନ୍ତ୍ରୀ ଏକାଧିକ ଟ୍ବିଟ୍‌ କରିଛନ୍ତି। କଂଗ୍ରେସର ପଚା ବ୍ୟବସ୍ଥା ଏବଂ ଏହାର ଷଡ଼୍‌ଯନ୍ତ୍ରପୂର୍ଣ୍ଣ ମିଛ ତାହା ଖରାପ କାମକୁ ଲୁଚାଇ ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଦିଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ତାଙ୍କ ଭାଷଣକୁ ବିକୃତ କରିଛି। ଗଣମାଧ୍ୟମ ତାଙ୍କ ଭାଷଣକୁ ସଂପାଦିତ ନକରି ସଂପୂର୍ଣ୍ଣ ଭାବେ ପ୍ରସାରଣ କରିବା ପାଇଁ ଶାହ ଦାବି କରିଛନ୍ତି। ଯେଉଁ ଲୋକମାନେ ଆମ୍ବେଦକରଙ୍କୁ ଅଣଦେଖା କରିଥିଲେ ସେମାନେ ତାଙ୍କ ନାମରେ ଆନ୍ଦୋଳନ କରୁଛନ୍ତି ବୋଲି ଶାହ କଟାକ୍ଷ କହିଛନ୍ତି। କଂଗ୍ରେସ ତଥ୍ୟକୁ ଏପଟସେପଟ କରୁଛି। ସେମାନେ ଆମ୍ବେଦକର ବିରୋଧୀ, ସଂରକ୍ଷଣ ବି‌ରୋଧୀ ଏବଂ ସମ୍ବିଧାନ ବିରୋଧୀ ବୋଲି ଶାହ କହିଛନ୍ତି। ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ସେମାନେ ବିଜେପିକୁ ଟାର୍ଗେଟ କରିଛନ୍ତି। ଆମ୍ବେଦକରଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ହୋହଲ୍ଲା କରିବା ବିରୋଧୀଙ୍କର ଏକ କୌଶଳ ବୋଲି ଶାହ ମତ ଦେଇଛନ୍ତି। ମୋ ଇସ୍ତଫା ଯଦି ଖଡ଼ଗେଙ୍କୁ ଖୁସି ଦେଇଥାନ୍ତା ତାହେଲେ ମୁଁ ଇସ୍ତଫା ଦେଇଥାନ୍ତି। ଖଡ଼୍‌ଗେଙ୍କୁ ବିରୋଧୀ ଆସନରେ ଆସନ୍ତା ୧୫ ବର୍ଷ ବସିବାକୁ ପଡ଼ିବ। ମୋ ଇସ୍ତଫା ସେଥିରେ ପରିବର୍ତ୍ତନ ଆଣିବ ନାହିଁ ।

 

 

Tags: INDIAnewsodisha
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍
Latest News

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

ମକ ଡ୍ରିଲ କଣ ? ଯୁଦ୍ଧ ପୂର୍ବରୁ କେବେ ହୋଇଥିଲା ଦେଶରେ ମକ୍ ଡ୍ରିଲ୍

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.