ଆଇଏଏସ୍ ବିଷ୍ଣୁପଦଙ୍କ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଜୋରଧରିଛି । ସେ ଦୁର୍ନୀତିକୁ ପ୍ରଶୟ ଦେଉଥିଲେ କି? ସେ ଦୂର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହ ସଂପର୍କ ରଖିଥିଲେ କି? ସେ ଲାଂଚ କାରବାରରେ ସଂପୃକ୍ତ ଅଛନ୍ତି କି ? ଏ ସବୁ ପ୍ରଶ୍ନ ଏବେ ଉଙ୍କି ମାରୁଛି ।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ପ୍ରସଙ୍ଗରେ ସରକାରଙ୍କ ତରଫରୁ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି, ସିବିଆଇକୁ ଯାହା କହିବା କଥା କହିବେ। ତଦନ୍ତ ବେଳେ ସିବିଆଇ କଣ ରିପୋର୍ଟ ବାହାର କରୁଛି ତାକୁ ଅପେକ୍ଷା କରିବା ପାଇଁ କହିଛନ୍ତି ମନ୍ତ୍ରୀ । ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
ଜ୍ ଆଣ୍ଡ ରୁଫ୍ କଂପାନୀ ସହ ବିଷ୍ଣୁପଦ ସେଠୀ ଲିଙ୍କ୍ ମାମଲାରେ ଜାରି ରହିଛି ତଦନ୍ତ । ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଘର ଆଗରେ ସରକାରୀ ଅଧିକାରୀ । କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।
କଂପାନୀ ସହ ଟଙ୍କା କାରବାରର ଏବେ ଲିଙ୍କ୍ ମାମଲାରେ ସିବିଆଇ ସ୍କାନରକୁ ଚାଲି ଆସିଛନ୍ତି ବିଷ୍ଣୁପଦ ସେଠୀ। ଗତ ୧୧ ତାରିଖ ଦିନ ୧୦ଟାରେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସିବିଆଇ ନୋଟିସ କରିଥିଲା। ହେଲେ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ ବିଷ୍ଣୁପଦ ସେଠୀ। ସେ ଦିଲ୍ଲୀରେ କାହା ସହ ମିଶିଲେ । କଣ କରୁଥିଲେ ? ସେ ଖବର କାହା ପାଖରେ ନାହିଁ ।
ଦିଲ୍ଲୀର ଅଶୋକା ହୋଟେଲରେ ତାଙ୍କ ପାଇଁ ରୁମ୍ ବୁକ୍ ହୋଇଥିଲା। ଗୃହ ବିଭାଗ ପକ୍ଷରୁ ତାଙ୍କ ପାଇଁ ରୁମ୍ ବୁକ ହୋଇଥିବା ବେଳେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ତେବେ କାହିଁକି ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ତାହା ସ୍ପଷ୍ଟ ହୋଇ ପାରିନି। ରାଜ୍ୟରେ ଏହି ପ୍ରସଙ୍ଗ ଏବେ ବଡ଼ ଚର୍ଚାର ପ୍ରସଙ୍ଗ ହୋଇଛି ।