ଆମ୍ବେଦକରଙ୍କ ସଂପର୍କିତ ବୟାନ ପାଇଁ ଚିହିଁକି ଉଠିଛି କଂଗ୍ରେସ । କଂଗ୍ରେସ ନେତା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କ୍ଷମା ମାଗନ୍ତୁ । ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ଶାହା ବିଆର ଆମ୍ବେଦରକରଙ୍କ ସଂପର୍କରେ କହିଥିଲେ ଯେ କଂଗ୍ରେସ ଖାଲି ମିଛରେ ଆମ୍ବେଦକରଙ୍କ ନାମ ଘୋଷୁଛି । କିନ୍ତୁ କଂଗ୍ରେସ ବାସ୍ତବରେ ଆମ୍ବେଦକରଙ୍କୁ ଅପମାନ ଦେଇଛି । ଶାହ କହିଥିଲେ ଯେ ଯେତେ ଥର ତୁମେ ଆମ୍ବେଦକରଙ୍କ ନାମ ନେଉଛ ଯଦି ସେତେ ଥର ଭଗବାନଙ୍କ ନାମ ନେଇଥାନ୍ତ ତ ସ୍ୱର୍ଗରେ ସ୍ଥାନ ପାଇଥାନ୍ତ। ତାଙ୍କ ବୟାନ ପାଇଁ କଂଗ୍ରେସ ଗୃହରେ ତାଙ୍କ ଇସ୍ତଫା ଦାବି କରିଛି ।
କଂଗ୍ରେସ ଏବଂ ବିରୋଧୀ ସାଂସଦମାନେ ବିଆର ଆମ୍ବେଦକରଙ୍କ ଫଟୋ ଉଠାଇ ‘ଜୟ ଭୀମ’ ଏବଂ ‘ଅମିତ ଶାହା ମାଫି ମାଙ୍ଗୋ’ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ନେତାମାନେ ରାଜ ଭବନ ବାହାରେ ପ୍ଲାକାର୍ଡ ସହିତ ପ୍ରଦର୍ଶନ କରୁଥିବାରୁ ଏହି ପ୍ରସଙ୍ଗ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଅମିତ ଶାହାଙ୍କୁ ସମ୍ବିଧାନର ସ୍ଥପତିଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରିଛନ୍ତି।