ଭାରତରେ “ଏକ ରାଷ୍ଟ୍ର, ଏକ ନିର୍ବାଚନ” କୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବିତର୍କ ହେଉଛି । ସରକାର ଏହାକୁ ନେଇ ସମର୍ଥନ କରୁଥିବା ବେଳେ ବିରୋଧୀମାନେ ଏହାକୁ ବିରୋଧ କରୁଛନ୍ତି ।
ଆଜି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍ । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି । ସେପଟେ ସରକାରଙ୍କ ଏହି ବିଲକୁ ଏନଡିଏ ସମର୍ଥନ କରିଥିବା ବେଳେ ଏହାକୁ ବିରୋଧ କରିବାକୁ ବିରୋଧିମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ।
ବିଜେପି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡ଼ିକୁ ଏକେ ସମୟରେ କରିବା ପାଇଁ ଚାହୁଁଛି କିନ୍ତୁ କଂଗ୍ରେସ ଏହା ଚାହୁଁନାହିଁ । ଏହା ଉପରେ ଆଜି ଲୋକସଭାରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ବିଜେପି କହୁଛି ବାରମ୍ବାର ନିର୍ବାଚନ ଦେଶକୁ ଆର୍ଥିକ ଦୁର୍ବଳ କରୁଛି । ଏପରି ହେଲେ ଖର୍ଚ୍ଚ କମିବ । ପ୍ରତି ନିର୍ବାଚନରେ ଭାରତର ସରକାର ଓ ରାଜ୍ୟ ସରକାରମାନେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଏକ ସମୟରେ ନିର୍ବାଚନ ହେଲେ, ଅଯଥା ରାଜସ୍ବ ନଷ୍ଟ ହେବ ନାହିଁ ।
ସମ୍ପ୍ରତି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବିଲ୍ ପାରିତ ହେଲେ ଗୋଟିଏ ସମୟରେ ନିର୍ବାଚନ ହେବ । ତେବେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତିକୁ ବିରୋଧୀ ଦଳଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟୀ ବିରୋଧ କରି ଆସୁଛନ୍ତି । ଏହା ଦ୍ୱାରା କେନ୍ଦ୍ରରେ ଥିବା ସରକାରୀ ଦଳକୁ ଫାଇଦା ହେବ । କିନ୍ତୁ ଏନଡିଏ ସମର୍ଥିତ ଦଳଗୁଡ଼ିକ ‘ୱାନ ନେସନ୍-ୱାନ୍ ଇଲେକ୍ସନ୍’ ପୂର୍ଣ୍ଣ ସହମତ ଦେଉଛନ୍ତି ।
ପ୍ରତିବର୍ଷ ନିର୍ବାଚନ ହେବା ଫଳରେ ଆର୍ଥିକ ଉନ୍ନତି ଓ ସରକାରୀ ନିତିଗୁଡ଼ିକ ପ୍ରଶାସନକୁ ଏକତ୍ର କରିବାରେ ସହାୟକ ହେବ।
ସରକାର ଉପରେ ଚାପ ରହିବ ନାହିଁ । ବିଭିନ୍ନ ରାଜ୍ୟରେ ଭିନ୍ନ ସମୟରେ ନିର୍ବାଚନ ହେଲେ ସରକାରୀ ଧ୍ୟାନ ବିଭାଜିତ ହୁଏ। ଏହାକୁ ଏକେ ସମୟରେ ଏକ ସମାଧାନରେ ରଖି ଜନସେବାରେ ଧ୍ୟାନ ଦିଆଯାଇପାରିବ।
ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏହି ବିଲକୁ ଲୋକସଭାରେ ଆଗତ କରାଯିବ । ବିଜେପି ମନେ କରେ ଯେ ଏକ ରାଷ୍ଟ୍ର, ଏକ ନିର୍ବାଚନ ଭାରତର ଗଣତନ୍ତ୍ରକୁ ଦୃଢ଼ କରିବ । ସମୟ ଓ ଆର୍ଥିକ ସମ୍ପଦର ସଠିକ ବ୍ୟବହାର ହେବ।
ତେବେ କଂଗ୍ରେସ ଏଥିପାଇଁ ରାଜି ହେଉନାହିଁ । ଅନ୍ୟ କିଛି ଦଳ କଂଗ୍ରେସ ସହ ତାଳ ମିଳାଇ ଏହାକୁ ବିରୋଧ କରୁଛନ୍ତି । କିଛି ଦିନ ତଳେ ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ସାମିଲ କରିଥିଲା ।
ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ମିଳିଛି।
କେନ୍ଦ୍ର ସରକାରଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।