ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲ ଏବେ ବିବାଦରେ ରହିଛି । ସ୍ଥାନୀୟ ଏକ ଅଞ୍ଚଳରୁ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।
ଦୀର୍ଘ ବର୍ଷ ଧରି ଏହି ମନ୍ଦିରରେ ପୂଜାପାଠ ହୋଇନାହିଁ। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହିଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସର ମିଳିତ ଚଢ଼ାଉବେଳେ ଶନିବାର ଏହି ମନ୍ଦିର ଦେଖିବାକୁ ମିଳିଥିଲା। ଏହାପରେ ପ୍ରଶାସନ ଉପସ୍ଥିତିରେ ପୁଲିସ ମନ୍ଦିର ଦ୍ୱାର ଖୋଲିଥିଲା ।
୧୯୪୭ ଠାରୁ ସମ୍ଭଲରେ ନିୟମିତ ବ୍ୟବଧାନରେ ସାମ୍ପ୍ରଦାୟିକ ହିଂସା ଘଟୁଛି। ଏଥିରେ ବର୍ତ୍ତମାନ ସୁଦ୍ଧ ୨୦୯ ଜଣ ହିନ୍ଦୁଙ୍କ ଜୀବନ ଯାଇଛି ବୋଲି ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଥ୍ୟ ରଖିଛନ୍ତି। ଗୋଟିଏ ପକ୍ଷକୁ ସର୍ବଦା ସମର୍ଥନ କରୁଥିବାରୁ କଂଗ୍ରେସ ଓ ବିରୋଧୀ ଦଳଙ୍କୁ ସେ ସମାଲୋଚନା କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ‘ସାମ୍ପ୍ରଦାୟିକ ହିଂସା’ର ବିଶ୍ଲେଷଣ କରିବାକୁ କହିଛନ୍ତି। ମୁସଲିମ ଧାର୍ମିକ ଶୋଭାଯାତ୍ରା ହିନ୍ଦୁ ବହୁଳ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଅତିକ୍ରମ କରେ, କିନ୍ତୁ ଏକ ହିନ୍ଦୁ ଶୋଭାଯାତ୍ରା ମୁସଲିମ ବହୁଳ ଅଞ୍ଚଳରେ ଯିବା ବେଳେ ଦଙ୍ଗା ହୁଏ। ବିଶେଷ କରି ସମ୍ଭଲ ହିଂସା ନମାଜ ପଢ଼ିବା ପରେ ପରେ ହୋଇଥିବା ସେ କହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।
ଏଥିପାଇଁ ସେ ସମ୍ଭଲ ହିଂସାର ଉଦାହରଣ ଦେଇଥିଲେ। ୧୯୭୪ ହିଂସାରେ ୧୮୪ ହିନ୍ଦୁଙ୍କୁ ଜିଅନ୍ତା ପୋଡ଼ିଦିଆଗଲା। ୧୯୪୭ ଠାରୁ ୨୦୯ ହିନ୍ଦୁଙ୍କ ପ୍ରାଣହାନି ଘଟିଛି ବୋଲି ତଥ୍ୟ ରଖିଥିଲେ।