ଅଦ୍ୟ ଡିସେମ୍ବର ମାସ ୧୭ ତାରିଖ ୨୦୨୪ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ଦ୍ଵିତୀୟା ଦିବା ଘ ୧୦/୫୦ ଗତେ ତୃତୀୟା
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୨୦ ଗତେ ପୂଷ୍ୟା
ଚନ୍ଦ୍ର – ମିଥୁନ ରାତ୍ରି ଘ୦୭/୨୫ ଗତେ କର୍କଟ
ଯୋଗ- ବ୍ରହ୍ମ
କରଣ – ଗର
ସୌରମାସ- ଧନୁ ୦୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୩
ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ କୋଲ୍ ଆସିବ। ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ।
ବୃଷ: ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
ମିଥୁନ: ଆପଣଙ୍କର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଧନ ମାମଲାରେ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିର୍ଣ୍ଣୟ ନେବେ।
କର୍କଟ: ଯାହା ବି କାମ କରିବାକୁ ଚାହିଁବେ ତାହା ଆରାମରେ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବରେ କହନ୍ତୁ।
ସିଂହ: ନିଜର କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ମନ ବନାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।
କନ୍ୟା: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରିବାରେ ସଫଳ ହେବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। କାରବାରରେ ଉଠିବା ପଡ଼ିବାର ସ୍ଥିତି ବନିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ।
ତୁଳା: କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ।
ବିଛା: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ।
ଧନୁ: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନଲାଇନିରେ କିଛି ଜିନିଷ ଶିଖିବା ପାଇଁ ମନ ବନାଇବେ। ଆପଣ କୌଣସି ଶୁଭ ଖବର ପାଇବେ।
ମକର: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ସହିତ ଆପଣଙ୍କ ସମ୍ବନ୍ଧ ବହୁତ ଭଲ ହେବ। ଦୈନିକ କାମରେ ଆପଣଙ୍କୁ ପୂର୍ଣ୍ଣରୂପେ ସଫଳତା ମିଳିବ। ଧନଲାଭର ସମ୍ଭାବନା ଅଛି।
କୁମ୍ଭ: ଆପଣ କୌଣସି ଖୁସି ଖବର ପାଇବେ। ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ।
ମୀନ: ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। କାହାରି ସହିତ କଥା ହେବା ସମୟରେ ନିଜର ଭାଷା ଉପରେ ସଂଯମ ରଖନ୍ତୁ। କୌଣସି ନୂଆ କାମ ଶିଖିବାରେ ଅବସର ପାଇବେ।