ସଂସଦରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କରିଛନ୍ତି । ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି ମୋଦି କହିଛନ୍ତି
ଆମ ସମ୍ବିଧାନ ଭାରତୀୟ ଏକତାର ପ୍ରତୀକ
ସମ୍ବିଧାନ ସଭାରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିଲା।
ବିବିଧତା ଭିତରେ କିପରି ସମନ୍ୱୟ ରହିବ ତାକୁ ଗୁରୁତ୍ୱ ଦିଆଯାଇଥିଲା
ବିବିଧତା ଭିତରେ ଏକତା ହେଉଛି ଆମର ଶକ୍ତି
ଭାରତର ଏକତା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି- ଏଥିପାଇଁ ଧାରା ୩୭୦କୁ ଉଚ୍ଛେଦ କରିବାକୁ ପଡ଼ିଲା
ୱାନ୍ ନେସନ ୱାନ୍ ଟ୍ୟାକ୍ସ ପାଇଁ ଜିଏସ୍ଟି ଲାଗୁ କଲୁ
ୱାନ୍ ନେସନ ୱାନ୍ ରାସନ କାର୍ଡ ବ୍ୟବସ୍ଥା କଲୁ
ୱାନ୍ ନେସନ ୱାନ୍ ହେଲ୍ଥ କାର୍ଡ ପାଇଁ ‘ଆୟୁଷ୍ମାନ ଭାରତ’ କଲୁ
ଡିଜିଟାଲ୍ ଇଣ୍ଡିଆରେ ଆମର ଅଗ୍ରଗତି ସମସ୍ତେ ଦେଖୁଛନ୍ତି
ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି
ମାତୃଭାଷା ପଢ଼ି ଜଣେ ଡାକ୍ତର, ଇଞ୍ଜିନିୟର ହୋଇ ପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
। ସମ୍ବିଧାନ ନିର୍ମାତାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ୭୫ ବର୍ଷର ଉପଲବ୍ଧି ଅସାଧାରଣ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଭାରତର ନାଗରିକ ସବୁଠୁ ବେଶୀ ଅଭିନନ୍ଦନର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ।
ଭାରତ ବର୍ତ୍ତମାନ ଗଣତନ୍ତ୍ରର ଜନନୀ ଭାବେ ପରିଚିତ।
ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି।
ଆରମ୍ଭରୁ ସମ୍ବିଧାନ ମହିଳାଙ୍କୁ ଭୋଟଦାନ ଅଧିକାର ଦେଇଛି।
ଏଥିପାଇଁ ଆମେ ନାରୀଶକ୍ତି ବନ୍ଦନ ନିୟମ ପ୍ରଣୟନ କରିଛୁ।
ଆଜି ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି।
ସବୁକ୍ଷେତ୍ରରେ ମହିଳାଙ୍କ ଅବଦାନ ବଢ଼ିବାରେ ଲାଗିଛି।
ସଂସଦରେ ପ୍ରତିନିଧିତ୍ୱ ବଢ଼ିଛି; କ୍ରୀଡ଼ା, ମହାକାଶ ବିଜ୍ଞାନରେ ବି ବଢ଼ିଛି।