ବୀର ସାବରକରଙ୍କୁ ଅପମାନ କରିଥିଲେ !
ମିଥ୍ୟା ତଥ୍ୟ ବାଣ୍ଟିଥିଲେ!
ଘୃଣା ସୃଷ୍ଟି କରିଥିବା ନେଇ ରାହୁଲ ଗାନ୍ଧୀଙ୍କୁ କୋର୍ଟ ସମନ
ଲକ୍ଷ୍ନୌ: ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନେଇ ଯେଉଁ ବକ୍ତବ୍ୟ ଦେଇଥିଲେ ତାକୁ ନେଇ ମାମଲା ହୋଇଥିଲା । ମହାରାଷ୍ଟ୍ରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ଅପମାନିତ କରିଥିବାରୁ ତାଙ୍କ ନାମରେ ମାମଲା ହୋଇଥିଲା ।ଏହି ମାମଲାରେ ଜାନୁଆରି ୧୦ ତାରିଖରେ କୋର୍ଟରେ ହାଜର ହେବା ନିମନ୍ତେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍-୩ କୋର୍ଟରୁ ସମନ ଜାରି କରାଯାଇଛି। ମିଥ୍ୟା ତଥ୍ୟ ସମ୍ବଳିତ ଚିରୁକୁଟି ବଣ୍ଟନ କରିବା ମାମଲାରେ ଲକ୍ଷ୍ନୌର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି । କୋର୍ଟ ଏହା ଉପରେ ଉତ୍ତର ରଖିବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ନଭେମ୍ବର ୨୦୨୨, ମହାରାଷ୍ଟ୍ର ଅକୋଲାରେ ରାହୁଲ କହିଥିଲେ ଯେ ବୀର ସାବରକର (ବିନାୟକ ଦାମୋଦର ସାବରକର) ବ୍ରିଟିସ ସରକାରଙ୍କ କର୍ମଚାରୀ ଅଟନ୍ତି।ଏନେଇ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ ଅଭିଯୋଗ ଦାଏର କରିଥିଲେ। ଘୃଣା ସୃଷ୍ଟି କରିବା, ସମାଜରେ ଏକ ବର୍ଗ ପ୍ରତି ହିଂସା ପାଇଁ ପ୍ରୋତ୍ସାହିତ କରିବା ଆଦି ଅଭିଯୋଗରେ ଧାରା ୧୫୩କ, ୫୦୫ ଅନୁସାରେ ମାମଲା ରୁଜୁ ହୋଇଥିଲା।