ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦି ସାବରବତୀ ରିପୋର୍ଟ’ ସ୍କ୍ରିନିଂକୁ ନେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି। ଫିଲ୍ମର ସ୍କ୍ରିନିଂକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ପୋଷ୍ଟର ଚିରିବା ସହ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସେପଟେ ସବୁବେଳେ ଏବିଭିପି କାର୍ଯ୍ୟକ୍ରମରେ ବାମପନ୍ଥୀ ଛାତ୍ରଗୋଷ୍ଠୀ ବାଧା ସୃଷ୍ଟି କରୁଥିବା ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦି ସାବରମତି ରିପୋର୍ଟ’ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା। ହେଲେ ବିଶ୍ୱବିଦ୍ୟାଳୟରେ ଗୋଟିଏ ଛାତ୍ର ଗୋଷ୍ଠୀ ଏହାକୁ ବିରୋଧ କରି ପୋଷ୍ଟର ଚିରିଥିଲେ। ଜଣେ ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି ଯେ ବାମପନ୍ଥୀ ଛାତ୍ରମାନେ ବାରମ୍ବାର ଏଭଳି କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ଆମେ ଏକ ଚଳଚ୍ଚିତ୍ରର ସ୍କ୍ରିନିଂ ଆୟୋଜନ କରିଥିଲୁ, ସେତେବେଳେ ମଧ୍ୟ ସେମାନଙ୍କ ଦ୍ୱାରା ସମାନ କାର୍ଯ୍ୟ କରାଯାଇଥିଲା। ଆଜି ବି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ଦ୍ୱାରା ପଥର ମାଡ଼ରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।