ମହାରାଷ୍ଟ୍ରରେ ମହାୟୁତିର ମିଳିତ ସରକାର ଗଠନ ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ କ୍ୟାବିନେଟ ସମ୍ପ୍ରସାରିତ ହୋଇନାହିଁ । ପ୍ରଥମେ ଶପଥ ଗ୍ରହଣ ସମାରୋହରେ ବିଳମ୍ବ ଏବଂ ବର୍ତମାନ ମନ୍ତ୍ରିମଣ୍ଡମଣ୍ଡଳର ସମ୍ପ୍ରସାରଣରେ ବିଳମ୍ବ ହେଉଛି ମହାୟୁତି ମିଳିତ ମଞ୍ଚରେ କଣ ଚାଲିଛି ବୋଲି ପ୍ରଶ୍ନ ଉଠିଛି ।ବିଭାଗ ବଣ୍ଟନ ସମ୍ବନ୍ଧରେ କେଉଁ ସୁତ୍ର ସ୍ଥିର ହୋଇଛି । 23 ନଭେମ୍ବର ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିଥିଲା । ଏଭଳି ପରିସ୍ଥିତିରେ ଏବେ କ୍ୟାବିନେଟ ବିସ୍ତାର ଉପରେ ସମସ୍ତଙ୍କ ନଜର ରହିଛି ।
ରାଜ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପିର ବରିଷ୍ଠ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବାବେଳେ ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମୁମ୍ବାଇରେ ଅଛନ୍ତି।
ଡିସେମ୍ବର ୧୪ରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ | କାରଣ ୧୬ ଡିସେମ୍ବରରୁ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଉ ଏହା ପୂର୍ବରୁ କ୍ୟାବିନେଟର ସମ୍ପ୍ରସାରଣ ହୋଇପାରେ | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୩୦ ରୁ ୩୫ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। କୁହାଯାଉଛି ଯେ ଏହି ୩୫ ଜଣଙ୍କ ମଧ୍ୟରୁ ବିଜେପିର ୨୦-୨୧, ଶିବସେନା (ସିନ୍ଦେ)ର ୧୨ରୁ ୧୩ ଜଣ ବିଧାୟକ ଓ ଏନସିପିର ୯ରୁ ୧୦ଜଣ ବିଧାୟକ ଶପଥ ନେଇପାରନ୍ତି |
ମହାରାଷ୍ଟ୍ରରେ କ୍ୟାବିନେଟ୍ ବିସ୍ତାରରେ, ବିଜେପିର କୋଟାରେ ଗୃହ, ନଗର ଉନ୍ନୟନ କିମ୍ବା ରାଜସ୍ୱ (ଉଭୟ ମଧ୍ୟରୁ ଗୋଟିଏ), ଆଇନ ଏବଂ ନ୍ୟାୟପାଳିକା, ସାଧାରଣ ପ୍ରଶାସନ, ଗ୍ରାମୀଣ ବିକାଶ, ବିଦ୍ୟୁତ, ପରିବେଶ, ଜଙ୍ଗଲ, ଆଦିବାସୀ କଲ୍ୟାଣ ପ୍ରମୁଖ ବିଭାଗ ରହିପାରେ | ଶିବସେନା ପାଖରେ ଶ୍ରମ, ଅବକାରୀ, ଜଳ ଯୋଗାଣ ଏବଂ ପରିମଳ, ପରିବହନ ବିଭାଗ ରହିବାର ସମ୍ଭାବନା ରହିଛି। ଏନସିପି ପାଖରେ ଅର୍ଥ, ଯୋଜନା ଓ ସମନ୍ୱୟ, ଗୃହ, ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ଭଳି ବିଭାଗ ରହିବାର ସମ୍ଭାବନା ରହିଛି।