ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଗୃହରକ୍ଷୀଙ୍କ ସଂଖ୍ୟା 2,416ରୁ 5 ହଜାରକୁ ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ବରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସେ ଏନେଇ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡ଼ିଶାରେ ଗୃହରକ୍ଷୀ ଭାଇମାନେ ଭଲ କାମ କରୁଛନ୍ତି । ସେମାନଙ୍କର ଆର୍ଥିକ ସହାୟତା ରାଶି ବୃଦ୍ଧି କରାଯିବ । ମୁଖ୍ୟମନ୍ତ୍ରୀ ପ୍ରାଥମିକ ଚିକିସା , ଆମ୍ବୁଲାନ୍ସ ଓ ଫୟାର ସେବା ଯୋଗାଇଦେବା ଲାଗି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ର ଲୋକର୍ପଣ କରିଛନ୍ତି । ଆଜି ଏହି ସେବା ପ୍ରଦାନକାରୀ 30 ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ର କଟକ ଓ ଭୁବନେଶ୍ବର କମିଶନରେଟ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ ।
ଆଜି କମିଶନରେଟ ପୁଲିସ ପକ୍ଷରୁ ଇଆରଏସଏସ ସେବା ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଣେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇଦେବା ଲାଗି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ)ର ଲୋକାର୍ପଣ କରିଛନ୍ତି। ଆଜି ଏହି ସେବା ପ୍ରଦାନକାରୀ ୩୦ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକ ଓ ଭୁବନେଶ୍ୱର କମିଶନରେଟ୍ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ।
୨୦୧୯ ରେ ଲୋକଙ୍କ ସେବା ପାଇଁ ଜରୁରୀକାଳୀନ ପ୍ରଶମନ ସେବା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ବେଳେ ସେବେଠାରୁ ଏହି ଯୋଜନା ଜାରି ରହିଛି l ତେବେ ପୂର୍ବରୁ ୨୦୨୨ରେ ସମୁଦାୟ ବିଭାଗକୁ ୧୦୬ଟି ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ କମିଶନରେଟକୁ ୧୪ ଟି ଦିଆଯାଇଥିଲା l ୨୨ ଟି ଭୁବନେଶ୍ୱର ପାଇଁ ୮ ଟି କଟକ ପାଇଁ ରହିଥିଲା ବର୍ତ୍ତମାନ ଭୁବନେଶ୍ୱରରେ ୪୪ କଟକ ରେ ୩୧ ଟି ଗାଡ଼ି ମୁତୟନ କରାଗଲା ଯାହାକି ୨୧ ଟି ପିସିଆରକୁ ପ୍ରତିସ୍ଥାପନ କରିବ l ଏହି ଗାଡ଼ିଗୁଡ଼ିକ କେବଳ ଗାଡ଼ି ନୁହେଁ, ନ୍ୟାୟ ଓ ଭୟମୁକ୍ତ ବାତାବରଣର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l ଆଗାମୀ ଦିନରେ ଏହି ଭ୍ୟାନଗୁଡ଼ିକର ସାଇରନ ଅପରାଧୀଙ୍କ ପାଇଁ ସାଜିବ ଭୟର କାରଣ l
ଏଥିସହ ଗୃହ ବିଭାଗର ୧୦ ହଜାର ଖାଲି ପଦବୀ ପୂରଣ କରାଯିବ l ବର୍ତ୍ତମାନ ସୁଦ୍ଧା ଅଗ୍ନିସମ ବିଭାଗର ୨୨ ପ୍ରତିଶତ ୯୪୧ ପଦବୀ ପୂରଣ କରଯାଇଛି , ମହିଳା ମାନଂକୁ ନିଯୁକ୍ତି କରଯାଇଛି l ଗୃହ ବିଭାଗରେ ଗୃହରକ୍ଷୀ ନିଯୁକ୍ତି ବନ୍ଦ କରିଥିଲେ ଗତ ସରକାର। ସେ ଫାଇଲ ଆମେ ଖୋଲିଛୁ। ୨୦୨୦ ଗୃହରକ୍ଷୀ ନିଯୁକ୍ତରେ କଟକଣା ହଟାଯାଇ ଖାଲି ଥିବା ୨୪୧୬ ଗୃହରକ୍ଷୀ ପଦବୀରକୁ ୫୦୦୦ ପର୍ୟ୍ୟନ୍ତ ବଢାଯିବ ଓ ସେମାନଙ୍କ ଲାଗି ବୃଦ୍ଧି ହେବ ଆର୍ଥିକ ସହାୟତା ରାଶି l ଏହା ସାଂଗକୁ ଆଗାମୀ ଦିନରେ ପୁଲିସର ଆତ୍ମବିଶ୍ବାସ ଓ ସେବାକୁ ବଢ଼ାଇବା ପାଇଁ ସବୁ ପ୍ରକାର ସରଞ୍ଜାମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l