Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜନୀତି

ଲାଲୁଙ୍କ ରାଜନୀତି : ଦିଦିଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସକୁ ଗୁଳି

Ramesh Parida by Ramesh Parida
Dec 11, 2024, 03:51 pm GMT+0530
FacebookTwitterWhatsAppTelegram

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ବ୍ଳକର ନେତୃତ୍ବ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ସହଯୋଗୀ ଦଳର ବରିଷ୍ଠ ନେତାମାନେ ତାଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ପ୍ରଥମେ ଅଖିଳେଶ ଦଳର  ନେତାମାନେ ମମତା ଦିଦିଙ୍କ ଦାବିକୁ ସମର୍ଥନ କରିଥିଲେ । ତା ପରେ ଶରଦ ପାଓ୍ବାର ଟିଏମସି ସୁପ୍ରିମୋଙ୍କୁ ମିଳିତ ଦଳର ନେତା ହୋବକୁ ସକ୍ଷମ ବୋଲି ଦାବି କରିଥିଲେ ।

ବର୍ତମାନ ଆରଜେଡ଼ି ପ୍ରତିଷ୍ଠାତା ଲାଲୁ ଯାଦବ  ତାଙ୍କୁ ସମର୍ଥନ କରି କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛନ୍ତି । ସାମ୍ବାଦିକମାନଙ୍କ ସହ କାଥାବାର୍ତା ବେଳେ ଲାଲୁ ଯାଦବ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ  ଇଣ୍ଡିଆ ଆଲାଇନ୍ସର ନେତୃତ୍ବ ଦିଆଯିବା ଉଚିତ । ଯେତେବେଳେ ତାଙ୍କୁ କୁହାଯାଇଥିଲା ଯେ, କଂଗ୍ରେସ ଏଥିରେ ଆପତ୍ତି କରିଛି କି? ସେ କହିଛନ୍ତି କଂଗ୍ରେସ ଆପତ୍ତି  କଲେ କିଛି ହେବ ନାହିଁ।

ନିଜର ରଣନୀତି ଗୋଟି ଚାଳନା ସହିତ ଲାଲୁ ଯାଦବ ପ୍ରମାଣ କରିଛନ୍ତି ଯେ, ସେ ରାଜନୀତିର ଖେଳରେ ଜଣେ ବଡ଼ ଖେଳାଳି ଅଟନ୍ତି। ମମତା ଦିଦିଙ୍କୁ ଜଣେ ନେତା ବୋଲି କହି ସେ ଦୂରଦୃଷ୍ଟିର ପରିଚୟ ଦେଇଛନ୍ତି।

କଂଗ୍ରେସ ନିଜକୁ ଇଣ୍ଡିଆ ମିଳିତ ମଞ୍ଚର ଅଗ୍ରଣୀ ମନେ କରୁଥିବାବେଳେ ସହଯୋଗୀ ଦଳ ସହ କେବଳ ନିଜ ସର୍ତ୍ତ ଆଧାରରେ ପଦକ୍ଷେପଜାରି ରଖିଥିଲା। ଲୋକସଭା ନିର୍ବାଚନରେ ୯୯ଟି ଆସନ ଜିତିବା ପରେ କଂଗ୍ରେସର ଦାବି ଆହୁରି ସୁଦୃଢ଼ ହୋଇଛି।

ଏହା ପରେ ବିଧାନସଭା ନିର୍ବାଚନରେ ​​ସହଯୋଗୀମାନଙ୍କ ଦାବିକୁ କଂଗ୍ରେସ ଅଣଦେଖା କରିଥିଲା। ହରିୟାଣାରେ ଆପ୍ ସହିତ ମେଣ୍ଟ ପାଇଁ ନିଷ୍ପତ୍ତି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଟକାଇ ରଖାଯାଇଥିଲା।

ଝାଡଖଣ୍ଡରେ ମଧ୍ୟ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏବଂ ଆରଜେଡି ସହ ପାର୍ଟି କଠୋର ବୁଝାମଣା କରିଥିଲା। ଫଳରେ ଆରଜେଡିକୁ ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମହାରାଷ୍ଟ୍ରରେ ମଧ୍ୟ ଆସନ ବଣ୍ଟନ ସମୟରେ କଂଗ୍ରେସ ଚାପ ରାଜନୀତି କରୁଥିବା ଅଭିଯୋଗ ହୋଇଥିଲା।

ସେଠାରେ ଉଦ୍ଧବ ଠାକରେଙ୍କୁ ସିଏମ୍ ପ୍ରାର୍ଥୀ ଘୋଷଣା କରିବାକୁ ଦାବି କରାଯାଇଥିଲା, ଯାହାକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିଲା। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ ଲାଲୁ ଯାଦବ କଂଗ୍ରେସର ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଲାଲୁ ଯାଦବ ୨୦୨୦ ନିର୍ବାଚନକୁ ଭୁଲି ନାହାନ୍ତି। ଇଣ୍ଡିଆ ମିଳିତ ମଞ୍ଚର ଆରଜେଡି ହେଉଛି ସବୁଠାରୁ ବଡ ଦଳ। ସିପିଆଇ (ଏମ), ସିପିଆଇ, ସିପିଆଇ ଏମଏଲ ଏବଂ କଂଗ୍ରେସ ଏହାର ପୁରୁଣା ସହଯୋଗୀ। ଗତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୭୦ ଟି ଆସନ ପାଇଁ ପ୍ରାର୍ଥୀ କରିଥିଲା। ରାଷ୍ଟ୍ରିୟ ଜନତା ଦଳ ୧୪୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଆରଜେଡି ୭୫ଟି ଆସନ ଜିତିଥିବାବେଳେ କଂଗ୍ରେସର କେବଳ ୧୯ଜଣ ବିଧାୟକ ଜିତିଥିଲେ। ସିପିଆଇ ଏମଏଲ, ସିପିଆଇ, ସିପିଏମ୍ ମିଳିତ ଭାବେ ମୋଟ ୧୬ଟି ସିଟ୍ ଜିତିଥିଲେ।

କଂଗ୍ରେସର  ପରାଜୟ ଯୋଗୁ ଏମଭିଏ ସରକାର ଗଠନ କରିବାରୁ ବଞ୍ଚିତ ହେଲା। କେବଳ ଆରଜେଡି କ୍ୟାଡରଙ୍କ ଭୋଟ୍ ଯୋଗୁ ବିହାରରେ କଂଗ୍ରେସ ବିଜୟୀ ହୋଇଛି। ୧୯୮୯ ପରଠାରୁ ସଂଗଠନର ଦୁର୍ବଳତା ଯୋଗୁ କଂଗ୍ରେସର ଏକୁଟିଆ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ନାହିଁ।

ମମତା ବାନାର୍ଜୀଙ୍କୁ ସମର୍ଥନ କରି ଲାଲୁ ଯାଦବ ସୂଚାଇ ଦେଇଛନ୍ତି ଯେ ସେ ୨୦୨୫ ମସିହାରେ ପୂର୍ବ ଭୁଲର ପୁନରାବୃତ୍ତି କରିବେ ନାହିଁ ଏବଂ କଂଗ୍ରେସକୁ ରାଷ୍ଟ୍ରୀୟ ଜନତା ଦଳକୁ ଅନୁସରଣ କରିବାକୁ ପଡିବ। ସେ ମମତା ଦିଦିଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସ ଉପରେ ଗୁଳି ଚଳାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଲାଲୁ ଯାଦବଙ୍କ ପରି ମମତା ବାନାର୍ଜୀ ମଧ୍ୟ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନେତୃତ୍ୱ ଭୂମିକା ଗ୍ରହଣ କରିଛନ୍ତି। କେନ୍ଦ୍ରରେ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ କଂଗ୍ରେସ ସହିତ ଦୁଇଟି ବିକଳ୍ପ ଛାଡିଛନ୍ତି।

ପ୍ରଥମତଃ ଟିଏମସିର ନେତୃତ୍ବକୁ ବିଚାର କରାଯିବ ଉଚିତ ଏବଂ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ଏକାମାତ୍ର ଚେହେରା ହେବା ଉଚିତ । ଦ୍ବିତୀୟତଃ ଯଦି ନେତାମାନେ ଏଥିରେ ସହମତ ନୁହଁନ୍ତି ତେବେ ମମତା ବାନାର୍ଜୀ ନିଜେ ନିଷ୍ପତ୍ତି ନେବାକୁ ମୁକ୍ତ ହେବେ ।

ପଶ୍ଚିମବଙ୍ଗରେ କଂଗ୍ରେସର ପ୍ରବେଶ ସହଜ ହେବ ନାହିଁ। ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ଟିଏମସିର ସମାନ ଭୋଟ୍ ବ୍ୟାଙ୍କ ଅଛି। ଯଦି ମମତା ଦିଦି ତାଙ୍କ ଦୁର୍ଗରେ କଂଗ୍ରେସକୁ ପଛରୁ ସମର୍ଥନ ଦିଅନ୍ତି, ତେବେ କ୍ଷମତାରେ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସହଯୋଗରେ ସେ ଅଧିକ ଶକ୍ତିଶାଳୀ ହୋଇଛନ୍ତି।

କୌଣସି ପରିସ୍ଥିତିରେ ବୁଝାମଣା ପାଇଁ କଂଗ୍ରେସକୁ ସେ ସୁଯୋଗ ଦେବାକୁ ଚାହୁଁନାହାଁନ୍ତି। ଏପରିକି ଲୋକସଭା ନିର୍ବାଚନରେ ​​ସେ କଂଗ୍ରେସକୁ ଅତିକ୍ରମ କରି ସେ ଏକଟିଆ ୨୯ଟି ଆସନ ଜିତିଥିଲେ। ରାଜ୍ୟରେ ଗୋଟିଏ ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଥିଲା।

ShareTweetSendShare

RelatedNews

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ
Latest News

ଓଡ଼ିଶାରେ ଖଣି ଦୁର୍ନୀତି : ରାଜ୍ୟ ବିକାଶରେ ବାଧକ

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ
Latest News

ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି
Latest News

ପହଲଗାମ ପ୍ରସଙ୍ଗରେ କଂଗ୍ରେସ କଣ ନେବ ନିଷ୍ପତ୍ତି

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ
Latest News

APPର ବରିଷ୍ଠ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢାଉ

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ
ରାଜନୀତି

ନେତାଙ୍କୁ ନଡ୍ଡାଙ୍କ ଟିପ୍ସ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.