ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା 3 ବର୍ଷ ପାଇଁ ରହିବ । ସେ ବର୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ ସ୍ଥାନ ନେବେ । ଡ଼ିସେମ୍ବର 10 ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି । ଆର୍ଥିକ ସେବା ବିଭାଗ ଥିବା ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ 2022ରେ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ର ନିର୍ଦ୍ଦେଶକ ଭାବେ ମନୋନୀତ କରିଥିଲେ।
ସଞ୍ଜୟ ମାଲହୋତ୍ରା ହେଉଛନ୍ତି ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ନଭେମ୍ବର ୨୦୨୦ରେ ସେ ଆରଇସିର ଅଧ୍ୟକ୍ଷ ଓ ଏମଡି ହୋଇଥିଲେ। ଏହା ପୂର୍ବରୁ ସେ ଶକ୍ତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଗତ ୩୦ ବର୍ଷ ଧରି ମାଲହୋତ୍ରା ଶକ୍ତି, ଅର୍ଥ, ଟିକସ, ଆଇଟି ଏବଂ ଖଣି ଭଳି ବିଭାଗରେ କାର୍ଯ୍ୟ କରିଛନ୍ତି।
ଉର୍ଜିତ ପଟେଲଙ୍କ ହଠାତ୍ ଇସ୍ତଫା ପରେ ଶକ୍ତିକାନ୍ତ ଦାସ ୬ ବର୍ଷ ତଳେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଦେଶରେ କୋଭିଡ୍ ସମସ୍ୟା ଏବଂ ପରବର୍ତ୍ତୀ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।