ବିଦ୍ରୋହିଙ୍କ କବଜାରେ ସିରିଆ । ଇସ୍ତଫା ପରେ ରାଷ୍ଟ୍ରପତି ବସର ଅଲ ଅସଦ ଦେଶ ଛାଡ଼ି ପରିବାର ସହ ଋଷରେ ନେଲ ଆଶ୍ରୟା । ରାଷ୍ଟ୍ରପତି ପଳାଇବା ପରେ ତାଙ୍କ ବାସଭବନ ଲୁଟି ଉତ୍ସବ ମନାଇଲେ ବିଦ୍ରୋହୀ । ଶେଷରେ 11 ଦିନରେ ବିଦ୍ରୋହର ଅନ୍ତ ଘଟିଛି । ଦୀର୍ଘ 24 ବର୍ଷର ଏକଛତ୍ରବାଦ ଶାସନରେ ପୂର୍ଣ୍ଣଛେଦ ପଡ଼ିଛି । ଅସଦଙ୍କ ବିରୋଧରେ ଗତ 14 ବର୍ଷ ହେଲା ବିଦ୍ରୋହ ଜାରି ରହିଥିଲା । ରାଷ୍ଟ୍ରପତିଙ୍କ ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି ।
ବିଦ୍ରାହୀ ନୂଆ ସରକାର ଗଢିବାକୁ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଆଫଗାନିସ୍ତାନ ବାଙ୍ଗଲାଦେଶ ପରେ ସରିଆରେ ଶାସକଙ୍କ ଗାଦିଚ୍ୟୁତ ହୋଇଛି । ଘଟଣା ଉପରେ ସାରା ବିଶ୍ବର ନଜର ରହିଥିଲା ବେଳେ ବ୍ରିଟେନ ଫ୍ରାନ୍ସ ୟୁକ୍ରେନ ଇସ୍ରାଏଲ ସ୍ବାଗତ ଜଣାଇଛନ୍ତି । ବିଦ୍ରାହୀମାନେ ରାଜଧାନୀ ଡ଼ାମସକସ କବଜା କରିଥିବା ବେଳେ ରାଷ୍ଟ୍ରପତି ବସର ଅଲ ଅସଦ ଦେଶଛାଡ଼ି ପଳାଇଯାଇଛନ୍ତି । ହୟାତ ତହରିର ଅଲ ଶାମ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଥିବା ବେଳେ ଏବେ ସେମାନେ ରାଜଧାନୀ ଡ଼ାମସକସରେ ପଶିଛନ୍ତି । ଏହାସହ ଏକାଧିକ ଅଚଳକୁ ନିଜ କବଜାକୁ ନେଉଛନ୍ତି ।
ଅନ୍ୟପଟେ ଦେଶର ସେନା ରାଜଧାନୀକୁ ବଞ୍ଚାଇବାକୁ ଯେପରି ଲଢ଼େଇ କରିବା କଥା ସେପରି କିଛି ଦେଖିବାକୁ ମିଳୁନାହିଁ। ୨୦୧୦ରେ ଯେତେବେଳେ ଆରବ ସ୍ପ୍ରିଙ୍ଗ ଆରମ୍ଭ ହୋଇଥିଲା, ଆଉ ଟ୍ୟୁନିସିଆ ଓ ୟେମେନ ପରି ଦେଶରେ ସରକାର ବଦଳାଇବାକୁ ବଡ଼ ଧରଣର ବିଦ୍ରୋହ ଦେଖିବାକୁ ମିଳିଥିଲା। ସେତେବେଳେ ସିରିଆରେ ମଧ୍ୟ ବଡ଼ ଧରଣର ବିକ୍ଷୋଭ ଓ ପ୍ରଦର୍ଶନ ହୋଇଥିଲା। ହେଲେ ଅସଦ ସରକାର ସେନା ଜରିଆରେ ଏହାକୁ ଦମନ କରବାକୁ ଚେଷ୍ଟା କରିଥିଲେ। ଫଳରେ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଅସଦ ସରକାରକୁ ରୁଷ୍ ଓ ଇରାନ ପରି ଦେଶ ସହାୟତା କରିଆସୁଥିଲେ।