ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ 800 ଟଙ୍କାର ଇନପୁଟ ସବସିଡ଼ି ପ୍ରଦାନ କରିଛନ୍ତି । 2300 ଟଙ୍କାର ଏମଏସପି ସହ ଇନପୁଟ ସବସିଡ଼ି ପ୍ରଦାନ କରାଯାଇଛି । ଯେଉଁ ଚାଷୀମାନେ ଡ଼ିସେମ୍ବର 6 ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି । ସେମାନଙ୍କୁ ଏହି ଟଙ୍କା ମିଳିଛି । ବରଗଡ଼ ଜିଲ୍ଲା ସାହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ 13 ଜଣ ଚାଷୀଙ୍କୁ 800 ଟଙ୍କାର ବୋନସ ପ୍ରଦାନ କରିଛନ୍ତି ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଚାଷୀଙ୍କ ମିଛି ପ୍ରତିଶ୍ରୁତି ଦେଇଥିଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ପ୍ରତିଶ୍ରୁତି ରକ୍ଷା କରି ନଥିଲେ । ଆପଣମାନେ ରାଜ୍ୟରେ ବିଜେପି ସରକାରକୁ ଆଣିଥିବାରୁ ଧନ୍ୟବାଦ ସରକାର ଶପଥ ପାଠ କରିବାର ଏକ ଘଣ୍ଟା ପରେ କ୍ୟାବିନେଟରେ 2300 ଟଙ୍କାର ଏମଏସପି ସହ ଇନପୁଟ ସବସିଡ଼ି ପ୍ରଦାନ କରାଯିବାଲାଗି ପିଷ୍ପତ୍ତି ନିଆଯାଇଥିଲା । ଆଉ ଛଅ ମାସ ଭିତରେ ସରକାର ଚାଷୀଙ୍କୁ ଏହି ବୋନସ ପ୍ରଦାନ କରି ପ୍ରତିଶ୍ରୁତି ପୂରଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସାଂସଦ ପ୍ରଦୀପ ପୁରୋହିତ ବିଧାୟକ ଈରାଶିଷ ଆଚାର୍ଯ୍ୟ ଅଶ୍ବିନୀ ଷଡ଼ଙ୍ଗୀ ଓ ସନତ ଗଡ଼ଡ଼ିୟା , ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।
ଏଣେ ଧାନ ଦଲାଲଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇ କହିଛନ୍ତି, ମଣ୍ଡିରେ ଦଲାଲି କଲେ ଜେଲ୍ ଯିବେ ଦଲାଲ। ସମାନ ଢଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦଲାଲଙ୍କୁ ଟାର୍ଗେଟ୍ କରିଛନ୍ତି।