ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ଶେଷ ହେବାକୁ ଯାଉଥିବା ବେଳେ ବଡ଼ ଖବର ଆସିଛି । ରାମ ମନ୍ଦିର ସୁନା ଛାଉଣି ହେବ । ମନ୍ଦିରର ପ୍ରଥମ ଏବଂ ଦ୍ୱିତୀୟତଳ ସରିଯାଇଛି । ଡିସେମ୍ବର 2024 ଧାର୍ଯ୍ୟ ହୋଇଥିଲା । ଜାନୁଆରୀ 2025ରେ ରାମଲଲା ମନ୍ଦିର କାର୍ଯ୍ୟ ସରିବାକୁ ଲକ୍ଷ୍ୟ ଥିଲା । ତେବେ ଡିସେମ୍ବର 2025 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବ କୁହାଯାଉଛି ।
ନିର୍ମାଣ ସମିତି ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବର୍ତ୍ତମାନ ପ୍ରାୟ ୮୦୦ ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୧୫୦୦ ରେ ପହଞ୍ଚିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟଠାରୁ ପଛରେ ରହିବ ବୋଲି ଅନୁମାନ କରାଯାଉଛି।
ଅଯୋଧ୍ୟାସ୍ଥିତ ରାମ ମନ୍ଦିର ନିର୍ମାଣ କମିଟି ବୈଠକ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ଏପର୍ଯ୍ୟନ୍ତ ରାମଲଲା ମନ୍ଦିର ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେ ବି ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ କମିଟି ଏଲ୍ ଆଣ୍ଡଟିକୁ ଶ୍ରମିକଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ଅନୁରୋଧ କରିଛି। ରାମ ମନ୍ଦିର ନିର୍ମାଣ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି ।