Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଜାତୀୟ

ରାହୁଲ ଗାନ୍ଧୀ ନେତୃତ୍ବ ନେବାକୁ ଯୋଗ୍ୟ ନୁହଁନ୍ତି: ମମତା

I can run INDIA bloc : Mamata Banerjee

Ramesh Parida by Ramesh Parida
Dec 8, 2024, 06:50 am GMT+0530
FacebookTwitterWhatsAppTelegram

ରାହୁଲ ଗାନ୍ଧୀଙ୍କୁ ନେତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଇଣ୍ଡି ନେତା । ତାଙ୍କୁ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପାଇଁ ଦାୟୀ କରାଯାଉଛି । ଇଣ୍ଡି ଗଠବନ୍ଧନର ପରାଜୟ ପାଇଁ ରାହୁଲ ଗାନ୍ଧୀଙ୍କ ଇମେଜ ଦାୟୀ ବୋଲି ଏହି ନେତାମାନେ କହୁଛନ୍ତି । ସପା, ଟିଏମସି ରାହୁଲଙ୍କୁ ପସନ୍ଦ କରନ୍ତି ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ସିଧା ସିଧା କହିଛନ୍ତି ସେ ହିଁ ନେତା ହେବା ପାଇଁ ଯୋଗ୍ୟ ।

ଇଣ୍ଡି ଗଠବନ୍ଧନକୁ ସଂଭାଳିବାକୁ ନିଜର ପୁରୁଣା ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଇଣ୍ଡି  ଗଠବନ୍ଧନର ନେତୃତ୍ୱ ନେବାକୁ ପ୍ରସ୍ତୁତ। ଯାହାକୁ ନେଇ କଂଗ୍ରେସ ଦେହରେ ଯାଇନାହିଁ ।  ମମତା ବନାର୍ଜୀଙ୍କ ବକ୍ତବ୍ୟକୁ କଂଗ୍ରେସ ବିରୋଧ କରିଛି । ସେପଟେ ସମାଜବାଦୀ ପାର୍ଟି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ଏହାକୁ ସମର୍ଥନ କରିଛି।

ଗୋଟିଏ ସାକ୍ଷାତକାରରେ ତୃଣମୂଳ କଂଗ୍ରେସ (TMC) ର ସୁପ୍ରିମୋ ମମତା ବନାର୍ଜୀ କହିଥିଲେ ଯେ ସେ ଏହି ଇଣ୍ଡି ଗଠବନ୍ଧନକୁ ଗଠନ କରିଥିଲେ। ଗଠବନ୍ଧନର ନେତୃତ୍ୱ କରୁଥିବାମାନେ ଏହାକୁ ଠିକ୍‌ ଭାବରେ ଚଲାଇପାରୁନାହାଁନ୍ତି ।  ତେବେ ସେମାନେ ପଦ ଛାଡନ୍ତୁ ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ପଶ୍ଚିମବଙ୍ଗରୁ ଗଠବନ୍ଧନର ନେତୃତ୍ୱ ନେବାକୁ ପ୍ରସ୍ତୁତ। ଏହା ଦର୍ଶାଏ ଯେ ଗଠବନ୍ଧନର ନେତୃତ୍ୱ ଏବେ କଂଗ୍ରେସ ପାଖରେ ରହିଛି। ଯାହାକୁ ମମତା ପସନ୍ଦ କରୁନାହାଁନ୍ତି । କଂଗ୍ରେସ ପାଇଁ ଲୋକମାନେ ଇଣ୍ଡି ଗଠବନ୍ଧନକୁ ବିଶ୍ବାସ କରିପାରୁନାହାଁନ୍ତି ।

ମମତା ବନାର୍ଜୀଙ୍କ ବକ୍ତବ୍ୟ ପରେ ବିରୋଧୀ ଗଠବନ୍ଧନରେ ପୁଣିଥରେ ବିବାଦ ଉଠିଛି । ମମତା ବନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷା ପୁଣିଥରେ ପ୍ରକାଶ ହୋଇଛି। 2014 ମସିହାରୁ ମମତା ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶା ରଖିଛନ୍ତି ।

ମମତା ବନାର୍ଜୀଙ୍କ ବକ୍ତବ୍ୟକୁ ସିଧା  ସମର୍ଥନ କରିଛି ଶିବସେନା (UBT)  ।  ସଂଜୟ ରାଉତ କହିଛନ୍ତି,ଆମେ ମଧ୍ୟ ଚାହୁଁଛୁ ଯେ ସେ ବିରୋଧୀ INDI ଗଠବନ୍ଧନର ମୁଖ୍ୟ ଭାଗୀଦାର ମମତା ବନାର୍ଜୀ, ଅରବିନ୍ଦ କେଜରିୱାଳ କିମ୍ବା ଶିବସେନା ହୁଅନ୍ତୁ ।

ସମାଜବାଦୀ ପାର୍ଟିର ନେତା ଉଦୟବୀର ସିଂହ ମଧ୍ୟ ମମତା ବନାର୍ଜୀଙ୍କ ବକ୍ତବ୍ୟକୁ ସମର୍ଥନ କରିଛନ୍ତି। ସେ କହିଥିଲେ, “ଏବେର ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ୮୦ଟି ଆସନରୁ ସମାଜବାଦୀ ପାର୍ଟି ୩୭ଟି ଆସନ ଜିତିଛି। ପଶ୍ଚିମବଙ୍ଗରେ ଟିଏମସି ୪୨ଟି ଆସନରୁ ୨୯ଟି ଆସନ ଜିତିଛି। ଏହି ଦୁଇଟି ରାଜ୍ୟରେ ବିଜେପି ୩୫ଟି ଆସନ ହାରିଛି। ସବୁ ଦଳ ଏକମତ ହେଲେ, ସମାଜବାଦୀ ପାର୍ଟି ମମତା ବନାର୍ଜୀଙ୍କୁ ସମର୍ଥନ କରିବ।”

ଏହାର ମାନେ ହେଉଛି ରାହୁଲ ଗାନ୍ଧୀଙ୍କୁ ନେତା ଭାବେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।  ଏହାକୁ ରାଜନୈତିକ କାରଣ ରହିଛି । ଇଣ୍ଡି ମେଂଟର ନେତା କୁହନ୍ତି  ରାହୁଲଙ୍କର ନେତା ହେବା ପାଇଁ ରାଜନୈତିକ ଅଭିଜ୍ଞତାର ଅଭାବ ରହିଛି ।

ଅନେକ ମେଂଟ ନେତା ମନେ କରନ୍ତି ଯେ ରାହୁଲ ଗାନ୍ଧୀଙ୍କର ନେତା ହେବାକୁ ଯୋଗ୍ୟତାର ଅଭାବ ଅଛି। ରାହୁଲଙ୍କର ରାଜନୈତିକ ନେତୃତ୍ୱ ନେବାକୁ ତାଙ୍କ ସହ ଥିବା ମେଂଟର ଅନେକ ନେତା ଆଗ୍ରହୀ ନୁହଁନ୍ତି।

ରାହୁଲ କଂଗ୍ରେସର ନେତା ହୋଇପାରନ୍ତି କିନ୍ତୁ ତାଙ୍କର ତର୍କଶକ୍ତିର ଅଭାବ ଅଛି। ମେଂଟ ଦଳ ର ନେତାମାନେ ମନେ କରନ୍ତି ଯେ ରାହୁଲ ଗାନ୍ଧୀ  ଦୃଢ଼ ଏବଂ ଯୋଗ୍ୟ ନେତା ନୁହଁନ୍ତି। ରାହୁଲ ଗାନ୍ଧୀଙ୍କ ରାଜନୈତିକ ନିଷ୍ପତ୍ତି ନେବାରେ ଅକ୍ଷମ ।  ତାଙ୍କର ଅସ୍ପଷ୍ଟ ନୀତିକୁ ନେଇ ଅନ୍ୟ ଦଳମାନେ ତାଙ୍କୁ ବିରୋଧ କରନ୍ତି । ସେ ନେତାଭାବେ ସମସ୍ୟା, ଦ୍ବନ୍ଦ୍ବରେ ରୁହନ୍ତି । ତାଙ୍କର ପ୍ରତିକ୍ରିୟା ଦେବାର ଅସୁବିଧା ରହିଥିବା ମେଂଟ ସହଯୋଗୀ ଦଳ ନେତା କହିଥାନ୍ତି ।

କେବଳ ରାହୁଲ ନୁହଁନ୍ତି କଂଗ୍ରେସର ନୀତିକୁ ଇଣ୍ଡି ମେଂଟର ନେତାମାନେ ପସନ୍ଦ କରୁନାହାଁନ୍ତି ।  ଏହାର ଫଳରେ ସେମାନେ କଂଗ୍ରେସର ନେତୃତ୍ୱକୁ ସମର୍ଥନ କରିବାକୁ ଆଉ ଚାହୁଁନାହାନ୍ତି । ମମତା ବନାର୍ଜୀ ଓ ଅନ୍ୟ ନେତାମାନେ ରାହୁଲଙ୍କଠାରୁ ନିଜକୁ ଅଧିକ ଯୋଗ୍ୟ ମନେ କରନ୍ତି । ଆଞ୍ଚଳିକ ଦଳର  ଶକ୍ତି ଓ ଚମତ୍କାରିତା କଂଗ୍ରେସ ଠାରୁ ଅଧିକ ବୋଲି ମମତା କୁହନ୍ତି ।

ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ବିଜେପିକୁ ସିଧା ସିଧା ଟକ୍କର ଦେଉଛି । ଆଞ୍ଚଳିକ ଦଳର ନେତାମାନଙ୍କର ଦୃଢ଼ ସ୍ଥିତି ରହିଛି। ଆଉ ସେମାନଙ୍କର ଯୋଗ୍ୟତା ଏବଂ ରାଜନୈତିକ ସଫଳତାରେ ଆଧାର କରି, ସେମାନେ ନିଜର ନେତୃତ୍ୱ ଦାବି କରୁଛନ୍ତି । ଯାହା ରାହୁଳ ଗାନ୍ଧୀଙ୍କ ପାଇଁ ଏବେ ବଡ଼ ଚିନ୍ତାର କାରଣ ହୋଇଛି ।

ବାମପନ୍ଥୀମାନେ ମଧ୍ୟ ରାହୁଲଙ୍କୁ ନେତାମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଅନେକ ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବାମପନ୍ଥୀ ନେତା ଡି ରାଜା କହିଛନ୍ତି, ନେତା ପ୍ରସଙ୍ଗରେ “କଂଗ୍ରେସକୁ ଅନୁଧ୍ୟାନ କରିବା ଆବଶ୍ୟକ। ଯଦି କଂଗ୍ରେସ ଇଣ୍ଡି ବ୍ଲକ ସହଯୋଗୀଙ୍କ କଥା ଶୁଣିଥାନ୍ତା, ତେବେ ଲୋକସଭା ଏବଂ ହରିୟାଣା-ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଭିନ୍ନ ହୋଇଥାନ୍ତା। ” ବୋଲି ସେ କହିଛନ୍ତି ।

ଲାଲୁ ଯାଦବଙ୍କ ପାର୍ଟି ଆରଜେଡି ତ ସିଧା ସିଧା କହିଛି ଇଣ୍ଡି ମେଣ୍ଟରେ ରହିବେ ନାହିଁ । କାରଣ ଲାଲୁଙ୍କୁ ନେତୃତ୍ବ ଏବଂ ସମ୍ମାନ ଦେଉନାହିଁ ଇଣ୍ଡି ମେଂଟ ।  “ବିଜେପି ବିରୋଧରେ ବିରୋଧୀ ଦଳର ଲଢ଼େଇ ପାଇଁ ଲାଲୁ ହିଁ ଯୋଗ୍ୟ । ଏସବୁ ଦେଖି ବିଜେପି କହିଛି ଯେ ବିରୋଧୀଦଳର ନେତାମାନେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ ।

ରାହୁଲ ଗାନ୍ଧୀଙ୍କ ବିବାଦୀୟ ବକ୍ତବ୍ୟ ମେଂଟ ନେତାଙ୍କୁ ଅସୁବିଧାରେ ପକାଇଛି ।  ଅନେକ ସମୟରେ ତାଙ୍କ ବକ୍ତବ୍ୟ ବିବାଦର କାରଣ ହୋଇଛି। ରାହୁଲ ଗାନ୍ଧୀଙ୍କ  “ଚୌକିଦାର ଚୋର ହୈ” ମନ୍ତବ୍ୟ 2019 ଲୋକସଭା ନିର୍ବାଚନରେ ବିଜେପିକୁ ଅଧିକ ବଳ ଦେଇଥିଲା । ରାହୁଲ ଗାନ୍ଧୀ ବିଜେପିକୁ ହରାଇବା ପାଇଁ ଏହି ନାରା ଲଗାଇଥିଲେ  । ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି କହିଥିଲେ, “ଚୌକିଦାର ଚୋର ହୈ”। ଏହା ଦ୍ୱାରା ସେ ମୋଦିଙ୍କୁ ଅଭିଯୁକ୍ତ କରିଥିଲେ ଯେ ସେ ତାଙ୍କର ପଦର ଦୁରୁପଯୋଗ କରି ରାଫାଲ ବିମାନ କିଣିଛନ୍ତି ।

ରାହୁଲ ଗାନ୍ଧୀ ଅନେକ ସଭାରେ ମୋଦି ସରକାରକୁ ବିରୋଧ କରିବା ବେଳେ ଆଦାନୀ, ଅମ୍ବାନିକୁ ନେଇ ବକ୍ତବ୍ୟ ଦେଉଛନ୍ତି ଯାହାକୁ ମେଂଟ ଦଳମାନେ ପସନ୍ଦ କରୁନାହାଁନ୍ତି । ଏନଡିଏ ପୁଂଜିପତି ଏବଂ କେତେକ ବଡ଼ ବ୍ୟବସାୟୀଙ୍କ ସରକାର କହିବାକୁ ଲୋକେ ଗ୍ରହଣ କରୁନାହାଁନ୍ତି।

ରାହୁଲ ଗାନ୍ଧୀ ଅନେକ ସମୟରେ ମୋଦି ସରକାରକୁ କୃଷକ ଓ ଗରିବ ବିରୋଧୀ ଭାବେ ପ୍ରଚାର କରୁଥିବା ବେଳେ ଏହା ତାଙ୍କୁ କିଛି ଲାଭ ଦେଉନାହିଁ । ବରଂ ରାହୁଲଙ୍କ ବିବାଦୀୟ ବକ୍ତବ୍ୟ ମେଂଟ ସହଯୋଗୀ ଦଳମାନଙ୍କର କ୍ଷତି କରୁଛି ଯେଉଁଥିପାଇଁ ମମତା, କେଜରିଓ୍ବାଲ, ଅଖିଳେଶ, ଉଦ୍ଧବ ରାହୁଲଙ୍କ ନେତାମାନିବାକୁ ପ୍ରସ୍ତୁତ ନୁହଁନ୍ତି । ତେବେ କଂଗ୍ରେସ ନେତୃତ୍ବ ମେଂଟ ଦଳକୁ ଛାଡିବା ସହଜ ମନେହେଉନାହିଁ ।

Tags: BJPcongressI.N.D.I. AllianceINDIALeftMamata BanerjeeModinewsrahul gandhisp
ShareTweetSendShare

RelatedNews

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.