ସୁପ୍ରିମ କୋର୍ଟ ଦ୍ବାରା ୯ ନଭେମ୍ବର ୨୦୧୯ରେ ଦିଆଯାଇଥିବା ରାମ ମନ୍ଦିର-ବାବରୀ ମସଜିଦ ମାମଲାକୁ ନେଇ ଦୁଇ ପକ୍ଷ ଦୁଇ ମତ ସାଧାରଣତ ଦେଇଥାନ୍ତି । ତେବେ ସୁପ୍ରିମକାେର୍ଟର ଜଣେ ପୂର୍ବତନ ବିଚାରପତି କହିଛନ୍ତି ଯେ ରାମମନ୍ଦିର ସ୍ଥାନରେ ବାବ୍ରି ମସଜିଦ ହେବା କଥା । ଏହା ହୋଇଥିଲେ ଧର୍ମ ନିରପେକ୍ଷ ଅଧିକ ରାୟ ଉପରେ ଆଇନଜୀବୀ ଓ ପୂର୍ବ ସୁପ୍ରିମ କୋର୍ଟ ନ୍ୟାୟାଧୀଶ ରୋହିନଟନ ନରିମାନ ଏବେ ବିରୋଧ କଥା କହି ଚର୍ଚାରେ ଅଛନ୍ତି । ସେ ଏହାକୁ “ନ୍ୟାୟର ମଜାକ” ଓ “ଧର୍ମନିରପେକ୍ଷତାକୁ ନଷ୍ଟ କରିବା ହିସାବରେ ଓ୍ୱଲେଖ କରିଛନ୍ତି। ତାଙ୍କ ମତାନୁସାରେ, ରାମମନ୍ଦିର ନିର୍ମାଣ ଧର୍ମନିରପେକ୍ଷ ସଂବିଧାନକୁ ଆଘାତ ଥିଲା ।
ନରିମାନ ଜଷ୍ଟିସ ଏଏମ ଅହମଦି ମେମୋରିଆଲ ଲେକ୍ଚରରେ ଏହି କଥା କହି ବଡ଼ ବିବାଦ ସୃଷ୍ଟି କରିଛନ୍ତି । ସେ ରାମ ମନ୍ଦିର ଅନ୍ଦୋଳନକୁ “ତାନାଶାହୀ ଓ ଅତ୍ୟାଚାରୀ କହିଛନ୍ତି ।
ରାମ ମନ୍ଦିର ନିମାଣ ପାଇଁ ସୁପ୍ରିମକୋର୍ଟ ଦଶ ବର୍ଷ ଶୁଣାଣି କରି ରାୟ ଦେଇଥିବା ବେଳେ ସେ ଏହାକୁ ଠିକ୍ କହିନାହାଁନ୍ତି ।
ବିଶ୍ବ ହିନ୍ଦୁ ପରିଷଦ ପ୍ରେସରରେ ଏସବୁ ହୋଇଥିବା ସେ ଦାବି କରିଥିବା ବେଳେ ଏଭଳି କଥାକୁ ଚାରିଆଡୁ ସମାଲୋଚନା କରାଯାଉଛି ।
କିଛି ଲୋକଙ୍କ ଖୁସି ପାଇଁ ସେ ଏପରି ହିନ୍ଦୁ ବିରୋଧୀ ବକ୍ତବ୍ୟ ଦେଉଛନ୍ତି ବୋଲି ବିଜେପି କହିଛି । ତାଙ୍କର ପୂର୍ବତନ ବକ୍ତବ୍ୟ ମଧ୍ୟ ସନାତନ ଧର୍ମ ବିରୋଧୀ ବୋଲି ଭିଏଚପି କହିଛି । ହିନ୍ଦୁ ଧର୍ମକୁ ଅତ୍ୟାଚାରୀ ଏକଛତ୍ରବାଦୀ କହିବାକୁ ନେଇ ଭିଏଚପି କହିଛି ଯେ ତାଙ୍କ ପୂର୍ବପୁରୁଷମାନେ ପାର୍ସିଥିଲେ । ସେମାନେ ଭାରତ ଆସି ଏଠାରେ ବସବାସ କଲେ । ତାଙ୍କୁ ଭାରତରୁ ସମସ୍ତ ସହଯୋଗ, ସ୍ବାଧୀନତା ମିଳିଛି । କିନ୍ତୁ ସେ ଏପରି କହିବା, ବା ମନ୍ଦିରକୁ ବିରୋଧ କରିବା, ଧାରା 370କୁ ବିରୋଧ କରିବାର କାରଣ ରହିଛି ତାଙ୍କର ମତ ବାମପନ୍ଥୀ ଚିନ୍ତାଧାରା ଦ୍ବାରା କବଳିତ ହୋଇଛି । ତାଙ୍କ ବାପା ମଧ୍ୟ ବାମପନ୍ଥୀ ଚିନ୍ତାଧାରର ଥିଲେ । ତେଣୁ ସେ ପ୍ରଥମେ ସନାତନ ବିରୋଧୀ ମନ୍ତବ୍ୟ ଦେବାକୁ ପସନ୍ଦ କରିଥାନ୍ତି ।
ନରିମାନ ହିନ୍ଦୁ ପକ୍ଷଙ୍କୁ ଏବଂ ରାମ ମନ୍ଦିର ମାମଲାରେ ସର୍ବଦା ରାୟକୁ ଆଇନ ବିରୋଧୀ ବୋଲି କହିଥିଲେ। ପ୍ରକୃତ କଥା ହେଉଛି, ଯଦି ହିନ୍ଦୁମାନେ ହିଂସ୍ର ହୋଇଥାନ୍ତେ, ତେବେ ଏତେ ଦିନ ଧରି ରାମମନ୍ଦିର ଅପେକ୍ଷା କରାଯାଇନଥାନ୍ତା ବୋଲି ଭିଏଚପି ପକ୍ଷରୁ କୁହାଯାଇଛି ।
1992 ଡିସେମ୍ବର 6ରେ ବାବ୍ରି ମସଜିଦ ଭାଙ୍ଗିବା ପରେ 2024 ଜାନୁୟାରୀ 22ରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ହିନ୍ଦୁ ପକ୍ଷ ପ୍ରଥମେ ବ୍ରିଟିସ ବିଚାରପତିଙ୍କ ନିକଟରେ ଗୁହାରି କରିଥିଲେ । ପରେ ଜିଲ୍ଲା କୋର୍ଟ, ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ଆଇନଗତ ଲଢ଼େଇ କରି ମନ୍ଦିର ନିର୍ବାଣ କରିବାକୁ ଅଧିକାର ପାଇଥିଲେ ।
ଯଦି ହିନ୍ଦୁମାନେ ଏହି ଆଇନର ବିରୋଧ କରିଥାନ୍ତେ ତେବେ ଆଜି ଦେଶରେ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ସେମାନେ କାଶ୍ମୀରରୁ ପଳାଇ ନଥାନ୍ତେ ବୋଲି କହିଛି ଭିଏଚପି । ଯଦି ହିନ୍ଦୁମାନେ ଆଇନ ବିରୋଧରେ କାମ କରୁଥାନ୍ତେ ତେବେ କାଶୀ, ମଥୁରା ମାମଲା ଆଜି ବି କୋର୍ଟରେ ଅଟକି ନଥାନ୍ତା।
ନରିମାନ କେବଳ ହିନ୍ଦୁମାନେ ଆଇନ ଭାଙ୍ଗିବା କଥା କହୁନାହାଁନ୍ତି । ରାମମନ୍ଦିର ପାର୍ଶ୍ବରେ ବାବ୍ରି ମସଜିଦ କାହିଁକି ନିର୍ମାଣ ହେଲାନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ।
ବାବ୍ରି ମନ୍ଦିର ଭାଙ୍ଗିବା ବଦଳରେ ସେହି ସ୍ଥାନରେ ଏକ ମସଜିଦ ନିର୍ମାଣ କରିବା ପାଇଁ ସେ ଏବେ ବି କହୁଛନ୍ତି । ନରିମାନ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ‘ଧର୍ମନିରପେକ୍ଷତା’ ଧ୍ୟାନ ଦିଆଯାଇନଥିଲା।
ରୋହିଣ୍ଟନ୍ ନରିମାନ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି , ସୋନିଆ ଗାନ୍ଧୀଙ୍କ ୟୁପିଏ ସରକାର ସମୟରେ ସଲିସିଟର ଜେନେରାଲ ଥିଲେ । ପରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ।
ସେ 37 ବର୍ଷ ବୟସରେ ସିନିୟର କାଉନ୍ସିଲ୍ ହୋଇଥିଲେ? କାରଣ ସେ ଫାଲି ନରିମାନଙ୍କ ପୁଅ ଯିଏ ଇନ୍ଦିରା ଗାନ୍ଧୀଙ୍କୁ ରାଜନୈତିକ କ୍ଷେତ୍ରରେ ସହଯୋଗ କରିଥିଲେ ।