ବିଶ୍ବର ସବୁଠାରୁ ମାରାତ୍ମକ ମଲ୍ଟି ରୋଲ ଷ୍ଟେଲଥ ଗାଇଡ଼େନ ମିସାଇଲ ଫ୍ରିଗେଟ ରୁଷକୁ ଭାରତ ଆସିବାକୁ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛ । ଏହାକୁ ମାରାତ୍ମକ ଫ୍ରିଗେଟ କୁହାଯାଉଛି କାରଣ ଏଥିରୁ ଘାତକ କ୍ଷେପଣାସ୍ତ୍ର ଗ୍ରହ୍ମସ ଉତକ୍ଷେପଣ କରାଯାଇପାରିବ ।
ଏହାର କ୍ଷମତା ଦେଖି ଏହି ଫ୍ରିଗେଟର ନାମକରଣ ମଧ୍ୟ କରାଯାଇଛି । ଏହାର ନାମ ତୁଶୀଲ ଅର୍ଥାତ ରକ୍ଷକ ରଖାଯାଇଛି । ଦେଶଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଇ ସିଂହ ନିଜେ ଏହାକୁ ନୌସେନାରେ ସାମିଲ କରିବା ପାଇଁ ରୁଷିଆ ଯାଉଛନ୍ତି । ଏଥିରୁ ଆପଣ ଏହାର ମହତ୍ତ୍ବ ବୁଝିପାରିବେ । ଆସନ୍ତା ଡ଼ିସେମ୍ବର 9 ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯିବ ।
ତୁଶୀଲକୁ ଏକ ଷ୍ଟେଲଥ ଫ୍ରିଗେଟ କୁହାଯାଉଛି କାରଣ ଏହାକୁ ଶତ୍ରୁପକ୍ଷର ରେଡ଼ାର ସୋନାର ଆଦି ଚିହ୍ନଟ କରିପାରିବେ ନାହିଁ । ଅର୍ଥାତ ଶତ୍ରୁପକ୍ଷରେ ଅଗୋଚରରେ ଏହା ପହଞ୍ଚି ଆକ୍ରମଣ କରିପାରିବ ।
ତୁଶୀଲକୁ ଏକ ଷ୍ଟେଲଥ ଫ୍ରିଗେଟ୍ କୁହାଯାଉଛି, କାରଣ ଏହାକୁ ଶତ୍ରୁପକ୍ଷର ରାଡାର, ସୋନାର ଆଦି ଚିହ୍ନଟ କରିପାରିବ ନାହିଁ । ଅର୍ଥାତ ଶତ୍ରୁପକ୍ଷର ଅଗୋଚରରେ ଏହା ପହଞ୍ଚି ଆକ୍ରମଣ କରିପାରିବ ।
ତୁଶୀଲର ଶକ୍ତି ହେଉଛି ଏହାର ବେଗ । ଏହା ସମୁଦ୍ରରେ ଘଣ୍ଟାପ୍ରତି ୩୦ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏଥିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ତୁଶିଲ ଗୋଟିଏ ଥରରେ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଏହାର ଓଜନ ୩୯୦୦ ଟନ୍ । ଏହା ବୁଡ଼ାଜାହାଜ ନିରୋଧୀ ଯୁଦ୍ଧରେ ବିଶେଷଜ୍ଞ। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣକୁ ରୋକିବା ପାଇଁ ଏହାକୁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣର ମୁକାବିଲା ପାଇଁ ଏହି ଯୁଦ୍ଧ ଜାହାଜରେ ଆଣ୍ଟି-ସବ୍ମେରିନ୍ ରକେଟ୍ ଏବଂ ଟର୍ପିଡୋ ମଧ୍ୟ ରହିଛି। ଏହି ଯୁଦ୍ଧ ଜାହାଜରେ ଏକ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇପାରିବ ।