ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ହରିୟାଣାର ଶମ୍ଭୁ ସୀମାରେ ଦିଲ୍ଲୀ ଅଭିମୁଖେ ଯିବାକୁ ପୁଲିସ ପକ୍ଷରୁ ଅଟକାଯାଇଛି । ଏହାପରେ କୃଷକମାନେ ପଛକୁ ହଟିଛନ୍ତି । ତେବେ ଆସନ୍ତାକାଲି ପୁଣି ଥରେ ସୀମାକୁ ଆସି ଆନ୍ଦୋଳନ କରିବେ ବୋଲି କୃଷକମାନେ କହିଛନ୍ତି । ଏହା ପୂର୍ବରୁ ଆନ୍ଦୋଳନକାରୀ କୃଷକମାନେ ଶମ୍ଭୁ ସୀମାରେ ପୁଲିସ ଲଗାଇଥିବା କଣ୍ଟାତାର ଭାଙ୍ଗି ବ୍ୟାରିକେଡ଼ ହଟାଇ ଦେଇଥିଲେ । କୃଷକମାନେ ଦିଲ୍ଲୀ ଯିବାକୁ ଜିଦ ଧରିଛନ୍ତି । ଆଗକୁ ବଢିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଚାଷୀଙ୍କୁ ହଟାଇବା ପାଇଁ ପୁଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରିସ୍ଥିତି ଉତ୍ତେଜନାପୂଣ୍ଣ କିନ୍ତୁ ପୁଲିସ ନିୟନ୍ତ୍ରଣରେ ରହିଛି ।
ଅନ୍ୟପକ୍ଷରେ କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ସୀମା ନିକଟବର୍ତୀ ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ହରିୟାଣା ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଯେ କିଛି କୃଷକ ସଂଗଠନ ଦ୍ବାରା ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଡ଼ାକରା ଦିଆଯାଇଥିବାରୁ ଉତ୍ତାଜନା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାଦ୍ବାରା ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ନେବା ସହ ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି ।
ସେପଟେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ସରକାରଙ୍କ ଏମଏସପି ଆଶ୍ବାସନକୁ ଦୋହରାଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୁଁ ଆପଣଙ୍କୁ ଜରିଆରେ ଗୃହକୁ ଆଶ୍ବାସନା ଦେବାକୁ ଚାହୁଁଛି ଯେ ଚାଷୀଙ୍କ ସମସ୍ତ ଉତ୍ପାଦ ସର୍ବନିମ୍ବ ସହାୟକ ମୂଲ୍ୟରେ କିଣାଯିବ । ଏହା ହେଉଛି ମୋଦୀ ସରକାର ଏବଂ ଏହା ମୋଦିଙ୍କ ଗ୍ୟାରେଣ୍ଟି ପୂରଣ କରିବାର ଗ୍ୟାରେଣ୍ଟି ବୋଲି ଚୌହାନ କହିଛନ୍ତି ।