ମହାରାଷ୍ଟ୍ରରେ ନୂଆ ସରକାରରେ ଗୃହ ବିଭାଗ ଚାହୁଁଛନ୍ତି ସିନ୍ଦେ । କିନ୍ତୁ ବିଜେପି ଏହି ବିଭାଗ ଛାଡିବାକୁ ଚାହୁଁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇବା ପରେ ସିନ୍ଦେ ଚାହୁଁଥିଲେ ଉପମୁଖ୍ୟମନ୍ତ୍ରୀ ସହ ଗୃହ ବିଭାଗ । ତେବେ ବିଜେପି ଏପରି କରିବାକୁ ଦେଇନାହିଁ । ଯାହା ଫଳରେ ସିନ୍ଦେ ଖୁସି ନଥିବା କୁହାଯାଉଛି ।
ଏବେ ଏକନାଇ ସିନ୍ଦେଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳୀୟ ନେତାଙ୍କ ଆଭ୍ୟନ୍ତରୀଣ ଚାପରେ ଏବଂ ଅନ୍ୟ ସମୀକରଣ ବଜାୟ ରଖିବା ପାଇଁ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବୋଲି କେତେକ ଶିବସେନା ନେତା କହିଛନ୍ତି।
ବିଜେପି ହାତରେ ଗୃହମନ୍ତ୍ରୀ ପଦ ଥିଲା, ଯେତେବେଳେ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ମୁଖ୍ୟମନ୍ତ୍ରୀ ଫଡ଼ନାଭୀସ ତାଙ୍କୁ ଗୃହ ମନ୍ତ୍ରାଳୟ ଦେଉନଥିବାରୁ ସେ ନିରାଶ ହୋଇଛନ୍ତି। ଶେଷ ପ୍ରୟାସରେ ସେ ପୁଣି ଥରେ ଗୃହ ବିଭାଗ ଦାବି କରିବେ ବୋଲି କୁହାଯାଉଛି ।
ରାଜ୍ୟରେ ବିଜେପିକୁ ୧୩୨ ଟି ଆସନ ମିଳିଥିବାରୁ ବିଜେପି ଏବେ ମୁଖ୍ୟ ଦଳ ହୋଇଛି । ରାଜ୍ୟରେ କଂଗ୍ରେସର ବଳ କମିଛି । ଶରଦ ପାଓ୍ବାରଙ୍କ କ୍ଷମତା କମିଛି । ଏନ୍ସିପି ନେତା ଅଜିତ ପାୱାରଙ୍କ କ୍ଷମତା ବୃଦ୍ଧି ପାଇଥିବାରୁ ଖୁସି ଜାହିର କରୁଛନ୍ତି । ଏବେ ସେ ଏକନାଥ ସିନ୍ଦେଙ୍କ ବଦଳରେ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ କାମ କରିବାର ସୁଯୋଗ ପାଇବେ ଅଜିତ ପାଓ୍ବାର । ଅନ୍ୟପକ୍ଷରେ ସରକାରର ସ୍ଥାୟିତ୍ବକୁ ନେଇ ସେପରି ବିପଦ ନଥିବା ସିନ୍ଦେ ହସି ହସି କହିଛନ୍ତି ।