ଇସ୍ରୋର ରକେଟ୍ ପିଏସ୍ଏଲ୍ଭି ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ଉପଗ୍ରହକୁ ସଫଳତାର ସହ ଉତ୍କ୍ଷେପଣ କରିଛି । ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାନିତ କରିଛି।
ପିଏସ୍ଏଲ୍ଭି-ସି୫୯ ଏହାର ୬୧ତମ ଉଡ଼ାଣ ଭରିବା ପରେ ଶ୍ରୀହରିକୋଟାସ୍ଥିତ ଭାରତର ରକେଟ୍ ବନ୍ଦର ଉପରେ ଆକାଶ ଆଲୋକିତ ହୋଇଉଠିଥିଲା। ୩୨୦ ଟନ୍ ଓଜନ ଓ ୪୪.୫ ମିଟର ଉଚ୍ଚତା ବିଶିଷ୍ଟ ଭାରତୀୟ ରକେଟ୍ ୫୪୫ କିଲୋଗ୍ରାମ୍ ଓଜନର ଦୁଇଟି ଉପଗ୍ରହକୁ ମହାକାଶକୁ ନେଇଯାଇଥିଲା।
ପ୍ରୋବା-୩ ସୂର୍ଯ୍ୟଙ୍କ ବାୟୁମଣ୍ଡଳର ସବୁଠାରୁ ବାହ୍ୟ ଓ ଉତ୍ତପ୍ତ ସ୍ତର ସୌର କରୋନା ଉପରେ ଅଧ୍ୟୟନ କରିବ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଏହି ସ୍ୱତନ୍ତ୍ର ଉପଗ୍ରହ ଉତ୍କ୍ଷେପଣ ଦାୟିତ୍ୱ ଦେଇଥିଲା ଯାହା ବର୍ତ୍ତମାନ ସଫଳ ହୋଇଛି।