ରାଇରଙ୍ଗପୁର: ଗାଁ ଝଲସୁଛି । ରଙ୍ଗବେରଙ୍ଗର ଫୁଲ ଲାଗିଛି । ସମସ୍ତେ ଉତ୍ସାହିତ ଅଛନ୍ତି । କାରଣ ହେଉଛି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଗାଁକୁ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଆଗମନ ନେଇ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଏବେ ସଜେଇ ହୋଇଛି ନୂଆ ରଙ୍ଗରେ ।
ଅନେକ ଦିନ ଧରି ଉପରବେଡା ଗ୍ରାମର ଲୋକମାନେ କେବେ ରାଷ୍ଟ୍ରପତି ଆସିବେ ସେ ନେଇ ଅପେକ୍ଷାରେ ଥିଲେ । ତାଙ୍କର ଏହା ପ୍ରଥମ ଗସ୍ତ। ତେଣୁ ସମଗ୍ର ଗାଁ ଦାଣ୍ଡରେ ଥିବା ଜନ୍ମ ସମୟର ଗଛ ପତ୍ର, ଧୂଳି ମାଟି, ଗ୍ରାମର ଘର ଦ୍ୱାର ରାସ୍ତା ଘାଟ ବିଦ୍ୟାଳୟ, ମାଆ ମାଉସୀ, ଭାଇ ଭଉଣୀ ସମେତ ବନ୍ଧ ପୋଖରୀ ମଧ୍ୟ ସଜେଇ ହେଉଛି।
ରାଷ୍ଟ୍ରପତିଙ୍କ ପୈତୃକ ଘର କାନ୍ଥ ସହ ପ୍ରଥମ ଶିକ୍ଷା ପାଇଁ ପାଦ ଥାପି ଥିବା ସେହି ବିଦ୍ୟାଳୟ, ରାସ୍ତାଘାଟ ଗୁଡିକୁ ରଙ୍ଗବେରଙ୍ଗରେ ସଜାଇବା ନିମନ୍ତେ ଜୋରସୋର କାମ ଚାଲିଛି।