ଶପଥଗ୍ରହଣ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ ।
ଏହି ଶପଥ ଗ୍ରହଣ ସମାରୋହରେ ମାୟାନଗରୀ ମୁମ୍ବାଇର ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ, ସଲମନ ଖାଁ, ରଣବୀର କପୁର, ରଣବୀର ସିଂ, କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକର, ଶିଳ୍ପପତି ମୁକେଶ ଅମ୍ବାନି ଓ ନୀତା ଅମ୍ବାନି, ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟ ଏହି ଉପଲକ୍ଷେ ଉପସ୍ଥିତ ଥିଲେ ।