କଂଗ୍ରେସ ନିଆଁରେ ଘିଅ ଢ଼ାଳିବା ପାଇଁ ସଂଭଲ ଯାଉଥିବା ଅଭିଯୋଗ କରିଛି । ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କାଙ୍କୁ ଧରି ସମ୍ଭଲ ଯିବାକୁ ନେଇ ବିଜେପି ଏପରି କହିଛି ।
ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ପୂର୍ବରୁ ନିୟୋଜିତ ସୁରକ୍ଷାକର୍ମୀ କଂଗ୍ରେସ ନେତା ଓ କର୍ମୀଙ୍କୁ ରୋକିଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ଏକ୍ସରେ ଲେଖିଛନ୍ତି ଯେ ବିଜେପି ଓ ଆରଏସଏସ ସେମାନଙ୍କର ବିଭାଜନକାରୀ ଏଜେଣ୍ଡା ସହିତ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଯାହାକୁ ନେଇ ବିଜେପି କହିଛି ଲୋକଙ୍କୁ ବିଭ୍ରାନ୍ତି କରିବା ହେଉଛି କଂଗ୍ରେସର କାମ ।
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମ୍ଭଲ ପୀଡିତଙ୍କ ପରିବାରକୁ ଭେଟିବାକୁ ନଦେବାକୁ ନେଇ କଂଗ୍ରେସ ନେତା ଧାରଣା ଦେଇଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ପାଇଁ କଂଗ୍ରେସ କାମ କରୁଛି ବୋଲି କହିଥିଲେ ।
ତେବେ କଂଗ୍ରେସ ଦଳ ସୌହାର୍ଦ୍ଦ୍ୟ, ଶାନ୍ତି, ଭାଇଚାରା ଏବଂ ପ୍ରେମର ଦୋକାନ ଖୋଲିବା ଜାରି ରଖିବାକୁ ଯାଉଥିବା ରାହୁଲ କହିଥିଲେ । ଏହି ଘଟଣାରେ ବିଜେପି ସହ ଆରଏସଏସକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେପଟେ ରାହୁଲ ଗାନ୍ଧୀଙ୍କ ସମ୍ଭଲ ଗସ୍ତ ପ୍ରୟାସକୁ ଲୋକଦେଖାଣିଆ ବୋଲି କହିଛି ବିଜେପି।