Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ସାତକୋଶିଆ ପାଇଂ ୯୯.୯୯ କୋଟି ଟଙ୍କାର ବ୍ୟୟବରାଦ

Ramesh Parida by Ramesh Parida
Dec 5, 2024, 09:45 am GMT+0530
FacebookTwitterWhatsAppTelegram

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରଣାଳୟର ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ।

ସାତକୋଶିଆରେ ୯୯.୯୯ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବ। ବିଭିନ୍ନ ଭିତ୍ତିଭୂମି ଏବଂ ସେବାକୁ ବିସ୍ତାର କରି, ଏହି ପ୍ରକଳ୍ପ ଅନେକ ପ୍ରମୁଖ ଆହ୍ୱାନର ମୁକାବିଲା କରିବା ସହ ସାତକୋଶିଆକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ପାଇଁ ଅନନ୍ୟ ସମ୍ଭାବନା ପ୍ରଦାନ କରିଥାଏ ।

ସାତକୋଶିଆରେ ପରିକଳ୍ପିତ ପ୍ରକଳ୍ପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି, ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ବଢ଼ାଇବା ସହିତ ଦୀର୍ଘସ୍ଥାୟିତ୍ୱ ଏବଂ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା । ବିଭିନ୍ନ ସୁବିଧାର ଉନ୍ନତିକରଣ ଏବଂ ବିବିଧ କାର୍ଯ୍ୟକଳାପ ଆରମ୍ଭ କରି, ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏକ ସ୍ୱାଗତଯୋଗ୍ୟ ପରିବେଶ ସୃଷ୍ଟି କରିବା। ଏଠାରେ ପରିବେଶ ଅନୁକୂଳ ଆବାସ, ଦୁଃସାହସିକ କ୍ରୀଡ଼ା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ ଭଳି ପ୍ରମୁଖ ବୈଶିଷ୍ଟ୍ୟ କେବଳ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନାହିଁ ବରଂ ଅଧିକ ସମୟ ରହିବାକୁ ପ୍ରୋତ୍ସାହିତ କରିବ, ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ।

ଏହି ସମ୍ଭାବ୍ୟ ପ୍ରକଳ୍ପ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ପର୍ଯ୍ୟଟନକୁ ପ୍ରାଥମିକତା ଦେଇ ପର୍ଯ୍ୟଟକଙ୍କ ଅନୁଭୂତିରେ ସୁଧାର ଆଣିବ। ଏଥିରେ ତିନୋଟି ହବ୍‌ ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି, ସେଗୁଡ଼ିକ ହେଲା ପମ୍ପାସର-ଟିକରପଡ଼ା, ବାଲିପୁଟ-ବଡ଼ମୂଳ, କୁସଙ୍ଗ-ସୀତାଲପାଣି। ଏଥିରେ ଆଗନ୍ତୁକ ପ୍ଲାଜା, ରହଣୀ, ପ୍ରକୃତି ବ୍ୟାଖ୍ୟାନ କେନ୍ଦ୍ର, ଆମ୍ପିଥିଏଟର, ଦୁଃସାହସିକ କ୍ରୀଡ଼ା, ପକ୍ଷୀ ଅବଲୋକନ ଟାୱାର ଆଦି ନିର୍ମାଣ କରାଯିବ। ୨ଟି ପିପିପି ପ୍ରକଳ୍ପ ଜରିଆରେ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ହୋଟେଲ ଓ ଦୁଃସାହସିକ କ୍ରୀଡ଼ା ସୁବିଧା ପିପିପି ମାଧ୍ୟମରେ ଯୋଗାଇ ଦିଆଯିବ। ଏସବୁ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ଦ୍ୱାରା ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିକୁ ପ୍ରାକୃତିକ ଓ ସାଂସ୍କୃତିକ ସମ୍ପତ୍ତି ସହ ମିଶାଇ ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳକୁ ଏକ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ। ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ବିଭିନ୍ନ ପ୍ରକାର ଅନୁଭୂତି ପ୍ରଦାନ କରିବା, ପର୍ଯ୍ୟଟକଙ୍କ ଆଗ୍ରହ ପୂରଣ କରିବା ଏବଂ ସାମଗ୍ରିକ ପର୍ଯ୍ୟଟନ ଅନୁଭୂତିକୁ ବଢ଼ାଇବା ପାଇଁ ଅଭିନବ ଆକର୍ଷଣ ଏବଂ ଆବାସ ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି । ଏଠାରେ ମଧ୍ୟ ୯୯ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚରେ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କରାଯିବ । ଫ୍ଲୋଟେଲ୍, କ୍ୟାମ୍ପିଂ ଏବଂ କାରାଭାନ୍ ହାଇବ୍ରିଡ୍ ପାର୍କ ଭଳି ଅନନ୍ୟ ଆବାସ ସହିତ ପର୍ଯ୍ୟଟକଙ୍କ ଅନୁଭୂତିକୁ ଉନ୍ନତ କରିବା ଏବଂ ଲେଜର୍ ସୋ’ ଭଳି ଇଣ୍ଟରଆକ୍ଟିଭ୍ ଅନୁଭୂତି ସହିତ ପର୍ଯ୍ୟଟକମାନେ ଆଧୁନିକ, ଉଚ୍ଚମାନର ସୁବିଧା ଏବଂ ଆକର୍ଷଣ ଉପଭୋଗ କରିବେ। ଏଠାରେ ସରକାରୀ ଘରୋଇ ଭାଗିଦାରୀରେ ସଂଗ୍ରହାଳୟ, ହୋଟେଲ ନିର୍ମାଣ କରାଯିବ। ଲେଜର୍‌ ଶୋ’, ୱେଲନେସ ସେଣ୍ଟର, ସି ପ୍ଲେନ୍‌/କ୍ରୁଜ୍‌/ୟାଚ୍‌ ହବ୍‌ ଆଦି ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆମୋଦପ୍ରମୋଦ ପାର୍କ, ଗଲଫ୍‌ କୋର୍ସ, ହୋଟେଲ, ଦୁଃସାହସିକ କ୍ରୀଡ଼ା ଆଦି ସୁବିଧା ଯୋଗାଇ ଦିଆଯିବ। ପିପିପି ମାଧ୍ୟମରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍‌ ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.