ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ । ଆଜି ତାଙ୍କ ନାମ ଦଳ ଘୋଷଣା କରିବ । ତେବେ ସିନ୍ଦେଙ୍କ ଅଭିମାନ ଭାଙ୍ଗିଛି । ସେ ଏବେ ଦେବେନ୍ଦ୍ରଙ୍କୁ ସହଯୋଗ କରିବେ । ମହାୟୁତି ସରକାରରେ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବେ । ମହାୟୁତି ମିଟିଂ ରେ ଯୋଗ ଦେବାକୁ ସିନ୍ଦେ ଆସୁନଥିଲେ । ତେବେ ତାଙ୍କ ନଆସିବାର କାରଣ କଣ ଏପର୍ଯ୍ୟନ୍ତ ସେ କହିନାହାଁନ୍ତି ।
ବହୁ ଆଲୋଚନା ପରେ ଶେଷରେ ରାଜି ହୋଇଛନ୍ତି ସିନ୍ଦେ । ଫଡନାଭିସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ଏନେଇ ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା କୁହାଯାଉଛି ।
୨ ବର୍ଷ ଧରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ସିନ୍ଦେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇ ନଥିଲେ। ସେ ଗୃହମନ୍ତ୍ରୀ ପଦ ଚାହୁଁଥିଲେ । କିନ୍ଦୁ ବିଜେପି ଏହା ଛାଡିବାକୁ ଚାହୁଁନଥିଲା । ମହାୟୁତି ସରକାର କାଲି ଗଠନ ହେବ ।
ସିନ୍ଦେଙ୍କ ଚାପ କିଛି କାମ ଦେଲାନାହିଁ । ସରକାରରେ ସାମିଲ ହେବାକୁ ସିନ୍ଦେ ରାଜି ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପଦକୁ ସେ ଗ୍ରହଣ କରି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି।
ବିଜେପି ନିଜ ପାଖରେ ୨୧ରୁ ୨୨ଟି ମନ୍ତ୍ରୀ ପଦ ରଖିବ। ବିଧାନସଭାର ବାଚସ୍ପତି ଓ ବିଧାନ ପରିଷଦର ଅଧ୍ୟକ୍ଷ ମଧ୍ୟ ବିଜେପି ବିଧାୟକ ହେବେ ବୋଲି ଜଣାପଡିଛି ।
ଏକନାଥ ସିନ୍ଦେଙ୍କ ଶିବସେନା ୧୬ଟି ମନ୍ତ୍ରୀ ପଦ ପାଇଁ ଦାବି କରିଥିଲା। କିନ୍ତୁ ଦଳକୁ କେବଳ ୧୨ଟି ବିଭାଗ ମିଳିବ।
ଅଜିତ ପାୱାରଙ୍କ ଏନସିପି ୯ରୁ ୧୦ଟି ମନ୍ତ୍ରୀ ପଦ ପାଇବ। ଦଳ ନିଜ ପାଖରେ ଅର୍ଥ ବିଭାଗ ରଖିବ। ଦଳର ଜଣେ ବିଧାୟକ ଉପ ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିବେ।
ଦଶ ଦିନ ପରେ ଏପରି ନିଷ୍ପତ୍ତି ହୋଇଛି । କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ସରକାର ଗଠନ ନେଇ କାର୍ଯ୍ୟ ଚାଲିଛି ।
ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବାରୁ ମହାରାଷ୍ଟ୍ରରେ ମହାୟୁତି ସରକାର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।